କନକ ବ୍ୟୁରୋ :  ରାତିରେ ଧରାହେଲେ, ସକାଳୁ ଖସିଗଲେ। କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି । ଶନିବାର ବାଲିଯାତ୍ରାର ଶେଷ ଦିନରେ ଭିଡ ଭିତରେ ସୁନା ଚେନ୍ ଲୁଟ୍ କଲା ବେଳେ ଏହି ଦୁଇ ଲୁଟେରା ପୁଲିସ ହାତରେ ଧରାପଡିଥିଲେ । ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଦେଖିବାକୁ ମିଳିଛି ।