ପ୍ରଶାସନର ଦୃଷ୍ଟି ଅଢୁଆଳରେ ରାୟଗଡ଼ା ଜିଲ୍ଲାର ଦୁଇଟି ଗାଁ । ପକ୍କା ରାସ୍ତା ନାହିଁ କି ନାହିଁ ବିଦ୍ୟାଳୟ, ପାଠ ଛାଡ଼ି ଦେଲେଣି ଛାତ୍ରଛାତ୍ରୀ

 ମାଣ୍ଡିଆଡମ୍ବ ଗାଁରେ ୩୮ଟି ପରିବାର ବାସ କରନ୍ତି। ସମସ୍ତେ କୁଲି ଓ ଦିନମଜୁରିଆ। ଠିକ ସେହିପରି ମାଦାଲଦାନୀ ଗାଁରେ ୬୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। ମୂଲ ମଜୁରି କରିବା ସହ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷିଥାନ୍ତି। ଗାଁ ପାଇଁ ପ୍ରମୁଖ ସମସ୍ୟା ହୋଇଛି ରାସ୍ତା। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବାରୁ ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ମନରେଗାରେ ମାଟି ପକାଇ ଦାୟିତ୍ୱ ତାରି ଦିଆଯାଉଥିବା ଅଭିଯୋଗ ହୋଇଛି।

afdsfasfasdf

କନକ ବ୍ୟୁରୋ : ଗାଁର ବିକାଶ ହେଲେ ଦେଶର ବିକାଶ ହେବ। ଏକଥା କହୁଛନ୍ତି ସରକାର। ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଓ ଗମନାଗମନ ସୁବିଧା କରିବା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ରାଜ୍ୟରେ ଏମିତି ଗାଁ ରହିଛି ଯେଉଁଠି, ପକ୍କାରାସ୍ତା ଓ ବିଦ୍ୟାଳୟ ନଥିବାରୁ ଏକପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ। ପଞ୍ଚାୟତ କାର୍ୟ୍ୟାଳୟ ଠାରୁ ମାତ୍ର ୩ କି.ମି ଦୂର ଏବଂ ବ୍ଳକ କାର୍ୟ୍ୟାଳୟ ଠାରୁ ୨୮ କି.ମି ଦୂରରେ ରହିଛି ରାୟଗଡା ଜିଲ୍ଲା କୋଲନରା ବ୍ଳକର ୨ଟି ଗାଁ ମାଣ୍ଡିଆଡମ୍ବ ଓ ମାଦଲଦାନୀ। ପାହାଡ଼ିଆ ରାସ୍ତା ଦେଇ ଗାଁରେ ପହଞ୍ଚି ପାରୁନାହିଁ ବିକାଶ। ଜରୁରୀ ପରିସ୍ଥିତିରେ ଗାଁରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ। ବିଦ୍ୟାଳୟଟିଏ ନଥିବାରୁ ପିଲାମାନେ ପାଠ ଛାଡ଼ି ଘରେ ବୁଲାବୁଲିରେ ମାତନ୍ତି। ଆଗରୁ ଗାଁରେ ଏକ ବିଦ୍ୟାଳୟ ଥିଲା, ଛାତ୍ର ଉପସ୍ଥାନ କମ୍‌ ହେବାରୁ ତାକୁ ବନ୍ଦ କରି ଦିଆଯିବା ପର ଠାରୁ ପିଲାମାନେ ଶିକ୍ଷା ଠାରୁ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି। 

 ମାଣ୍ଡିଆଡମ୍ବ ଗାଁରେ ୩୮ଟି ପରିବାର ବାସ କରନ୍ତି। ସମସ୍ତେ କୁଲି ଓ ଦିନମଜୁରିଆ। ଠିକ ସେହିପରି ମାଦାଲଦାନୀ ଗାଁରେ ୬୦ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି। ମୂଲ ମଜୁରି କରିବା ସହ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷିଥାନ୍ତି। ଗାଁ ପାଇଁ ପ୍ରମୁଖ ସମସ୍ୟା ହୋଇଛି ରାସ୍ତା। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବାରୁ ପଞ୍ଚାୟତ ପକ୍ଷରୁ ପ୍ରତି ବର୍ଷ ମନରେଗାରେ ମାଟି ପକାଇ ଦାୟିତ୍ୱ ତାରି ଦିଆଯାଉଥିବା ଅଭିଯୋଗ ହୋଇଛି।

 ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଏଦିଗରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପକ୍କା ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe