କନକ ବ୍ୟୁରୋ : ଓଡ଼ିଶା ବନ୍ଦ ପାଳନ ଯୋଗୁଁ ବନ୍ଦ ପରିବହନ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଥିଲା । ବନ୍ଦ ରହିଥିଲା ଦୋକାନବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ । ଶିଳ୍ପାନୁଷ୍ଠାନ ବି ବନ୍ଦ ରହିଥିଲା । ଯାହାଫଳରେ ଶୂନ ହୋଇଯାଇଛି ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ ବ୍ୟବସାୟୀଙ୍କ ରୋଜଗାର । ସମ୍ବଲପୁରର ମନବୋଧ ଭାରାସାଗର । ସମ୍ବଲପୁର କଚେରୀ ଛକରେ ରହି ରିକ୍ସା ଟାଣନ୍ତି । ରିକ୍ସାରୁ ଯାହା ଆୟ ହୁଏ ସେଥିରେ ପରିବାର ଚଳେ, କିନ୍ତୁ ଆଜି ଓଡ଼ିଶା ବନ୍ଦ ଯୋଗୁଁ ଯାତ୍ରୀ ନଥିବାରୁ ଟଙ୍କାଟିଏ ରୋଜଗାର କରିନପାରି ମୁଣ୍ଡରେ ହାତ ଦେଇ ବସିଛନ୍ତି ।
ବନ୍ଦ ଯୋଗୁଁ ରାଜ୍ୟର ସବୁ ବ୍ୟବସାୟ ପ୍ରତିଷ୍ଠାନରେ ଆଜି ତାଲା ଝୁଲୁଥିବା ଦେଖିବାକୁ ମିଳିଛି । ବନ୍ଦ ରହିଛି ଦୋକାନ ବଜାର । ଯେଉଁ କେତେଜଣ ଲୁଚି ଛପି ଖୋଲିଛନ୍ତି ସେମାନଙ୍କ ବ୍ୟବସାୟ ନାହିଁ । ଯାହାଫଳ ହଜାର ହଜାର ବ୍ୟବସାୟୀ ଓ କର୍ମଚାରୀଙ୍କ ଜୀବୀକା ପ୍ରଭାବିତ ହୋଇଛି ।
ଚ୍ୟାମ୍ବର ଅଫ୍ କମର୍ସର ଆକଳନ ଅନୁସାରେ ବନ୍ଦ ଯୋଗୁଁ ରାଜ୍ୟର ବଡ ଅର୍ଥନୈତିକ କ୍ଷତି ହୋଇଛି । ଦୁଇ ଦିନର ବନ୍ଦ ଯୋଗୁଁ ୨ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଛି । ଏହା ପୂର୍ବରୁ ବିଭିନ୍ନ ଘଟଣାକୁ ନେଇ ବାରମ୍ବାର ବନ୍ଦ ହୋଇଛି । ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି ଅର୍ଥନୀତି, କିନ୍ତୁ ବିଡମ୍ବନାର ବିଷୟ ନା ସୁଧୁରୁଛି ବ୍ୟବସ୍ଥା । ନା ବନ୍ଦ ଯନ୍ତ୍ରଣାରୁ ମିଳୁଛି ମୁକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/17/ffgg-2025-07-17-19-36-39.png)