କନକବ୍ୟୁରୋ : ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ । ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା । ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି । ଷଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ ଗତକାଲିଠୁ ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ମିଳୁନି । କେଉଁଆଡ଼େ ଗଲେ ଏଯାଏଁ କୌଣସି ଖବର ମିଳିନାହିଁ । ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ କିଛି କହୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ : ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା
ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ । ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା । ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି ।
/kanak/media/media_files/2026/02/06/36-2026-02-06-12-19-16.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)