କନକ ବ୍ୟୁରୋ: ମହାନଦୀରେ ବୁଡି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଓ ଅନ୍ୟ ଜଣେ ନିଖୋଜ । ଘଟଣାଟି ଘଟିଛି କଟକ ଜଗତପୁର ନିକଟ ବାଲିସାହି ଅଞ୍ଚଳରେ । ଜଗତପୁର ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୧ ଜଣ ଛାତ୍ର ସାହିତ୍ୟ ପରୀକ୍ଷା ଶେଷ ହେବା ପରେ ଘରକୁ ଯିବା ପରିବର୍ତ୍ତେ ନଦୀ କୂଳକୁ ଗାଧୋଇବାକୁ ଆସିଥିଲେ । ୧୧ ଜଣ ଛାତ୍ର ନଦୀରେ ଗାଧୋଉଥିବାବେଳେ ୨ ଛାତ୍ର ଆର୍ୟ୍ୟନ ନାୟକ ଓ ମନୋରଞ୍ଜନ ବେହେରା ନଦୀରେ ଗାଧୋଇବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଅଗ୍ନିଶମ ଓ ଓଡ୍ରାଫ ର ଦୁଇଟା ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବେଶ କିଛି ସମୟ ଧରି ଖୋଜାଖୋଜି କରିବା ପରେ ଆର୍ଯ୍ୟନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି
ନିଖୋଜ ଥିବା ଛାତ୍ରକୁ ଅନେକ ସମୟ ଖୋଜା ଖୋଜି କରିଥିଲେ ମଧ୍ୟ ତାହାର ପତା ମିଳିନାହିଁ । ତେବେ ରାତିପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିବା ବେଳେ ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।