କନକବ୍ୟୁରୋ : ବାପାର ଦ୍ବିତୀୟ ବିବାହ ଦେଖିପାରିବେନି ବୋଲି ଆତ୍ମହତ୍ୟା କରିଥିଲେ ଦୁଇ ନାବାଳକ ପୁଅ । ବାପାଙ୍କର ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ୨ ନାବାଳକ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ନୟାଗଡ଼ ଫତେଗଡ଼ ଧାନଚାଙ୍ଗଡ଼ା ଗାଁରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ନ ଚଳାଇଛି ।
ସୂଚନାରୁ ଜଣାପଡିଛି ଯେ ଧାନଚାଙ୍ଗଡ଼ା ଗାଁର ପ୍ରକାଶ ମହାନ୍ତି ୧୫ ବର୍ଷ ତଳେ ବିବାହ ହୋଇଥିଲେ । ତାଙ୍କର ଗୋଟିଏ ପୁଅ ୧୪ ବର୍ଷର ଥିବା ବେଳେ ଦ୍ବିତୀୟ ପୁଅଙ୍କ ବୟସ ୧୧ ବର୍ଷ । ବଡ଼ପୁଅ ୧୪ ବର୍ଷ ହୋଇଥିବା ବେଳେ ସାନପୁଅ ୧୧ ବର୍ଷ ର । ପ୍ରକାଶଙ୍କ ସ୍ତ୍ରୀ କୁମଙ୍କ ୩ ବର୍ଷ ତଳେ ମୃତ୍ୟୁ ହୋଇଛି । ପୁନର୍ବାର ପ୍ରକାଶ ଦ୍ୱିତୀୟ ବିବାହ ପାଇଁ ଗତକାଲି ପ୍ରସ୍ତାବ ଆସିବାରୁ ଦୁଇ ପୁଅ ବେକରେ ଲୁଗାବାନ୍ଧି ଝୁଲିପଡି ଆତ୍ମହତ୍ୟା କରିଥିବା ପୁଅର ବାପା ଅଚ୍ୟୁତ ମହାନ୍ତି କହିଛନ୍ତି । ଖବର ପାଇ ଫତେଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଦୁଇ ପିଲାଙ୍କ ବାପା ପ୍ରକାଶଙ୍କୁ ଅଟକ ରଖିଥିବା ଜଣାପଡିଛି ।