କନକ ବ୍ୟୁରୋ : ଧାନ ଆଣିବାକୁ ବିଲକୁ ଯାଉଥିଲେ । ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର । ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଯୋଡାବର ନିକଟରେ ଏହି ଦୁର୍ଘଟଣା ଘଟିଛି । ଲୁଣତରା ନାଳ ନିକଟରେ ଟ୍ରାକ୍ଟର ଓଲଟି ଏକ ଆଦିବାସୀ ପରିବାରର ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଧାନ ଝଡା ମେସିନ ନେଇ ବିଲକୁ ଯାଉଥିଲା ଟ୍ରାକ୍ଟର ।

Advertisment

ଟ୍ରାକ୍ଟର ଓଲଟି ପଡ଼ିଥିବା ବେଳେ ମେସିନଟି ଦୁଇ ଭଉଣୀଙ୍କ ଉପରେ ପଡ଼ିଯାଇଥିଲା । ଯାଜପୁର ରୋଡ ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇ ମୃତକ ହେଲେ ମାଝୀ ସାହି ଅଞ୍ଚଳର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା । ଦୁଇ ଭଉଣୀ ଟ୍ରାକ୍ଟର ଉପରେ ବସି ବାପାଙ୍କ ପାଖକୁ ଭାତ ନେଇ ବିଲକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।