ହଠାତ୍ ମାଡ଼ିଆସିଲା ବଢ଼ିପାଣି ; ନଦୀ ମଝିରେ ଫସିଗଲେ ଦୁଇ ଜଣ

ବଢ଼ିପାଣିରେ ଫସିଗଲେ ଦୁଇ ବ୍ୟକ୍ତି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍ ତେଲ ନଦୀରେ ହଠାତ୍ ମାଡ଼ି ଆସିଲା ବନ୍ୟା ଜଳ । ଛେଳି ଚରାଇବାକୁ ଯାଇ ମଝି ଟାପୁର ଫସିଲେ ।  ଉଦ୍ଧାରକଲା ଅଗ୍ନିଶମ ବାହିନୀ । 

22

କନକ ବ୍ୟୁରୋ: ନଦୀରେ ଫସିଥିବା ଦୁଇଜଣ ବ୍ୟକ୍ତି ଓ ଛେଳିଙ୍କୁ ଉଦ୍ଧାର କଲେ ଅଗ୍ନିଶମବାହିନୀ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଗାଁ ନିକଟ ତେଲନଦୀରୁ ଆସିଲା ଚିତ୍ର । ନଦୀରେ ହଠାତ୍ ପାଣି ବୃଦ୍ଧି ପାଇବାରୁ ୨ ଜଣ ବ୍ୟକ୍ତି ଛେଳି   ପଲ ସହ ଫସିଯାଇଥିଲେ । ଚନ୍ଦାହାଣ୍ଡି ଅଗ୍ନିଶମ ବାହିନୀ ତୁରନ୍ତ ଯାଇ ପଶିଥିବା ୨ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ଫସିଥିବା ଦୁଇ ଜଣ ବ୍ୟକ୍ତି ହେଉଛନ୍ତି ବାବୁରିଆ ଗାଁର ଜୟଲାଲ ନାଗେଶ ଏବଂ କୁଞ୍ଜବିହାରୀ ମଟିଆ । ଦୁହେଁ ଛେଳି ଚରାଇବା ପାଇଁ ନଦୀ ଆରପଟକୁ ଯାଇଥିଲେ । ତେବେ ଅପରାହ୍ନରେ ଛେଳି ଚରାଇ ଫେରିବା ସମୟରେ ନଦୀ ପାର କରୁଥିବା ବେଳେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଫଳରେ ନଦୀ ମଝିରେ ଥିବା ଏକ ଢିପ ସ୍ଥାନରେ ଅଟକି ରହିଥିଲେ । ଏ ସମ୍ପର୍କରେ ଗ୍ରାମବାସୀ ଅଗ୍ନିଶମବାହିନୀଙ୍କୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୨ଜଣ ଏବଂ ଛେଳିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe