କନକବ୍ୟୁରୋ : ଭଦ୍ରକ ତିହିଡି ନୂଆନନ୍ଦ ପାଟୁଆ ଯାତ୍ରା ସମୟରେ ଅଘଟଣ ଘଟଣାର ତଦନ୍ତ ନିର୍ଦ୍ଦେଶ ।  ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି  ।  ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।  ଗତକାଲି ପାଟୁଆ ଯାତ୍ରା ସମୟରେ ଡିଜେ ରେ ଇଲେଭେନ କେଭି ବିଦ୍ୟୁତ ତାର ଲାଗି ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଭଦ୍ରକ ତିହିଡି ମେଡିକାଲରେ ଚିକିତ୍ସା କରାଯାଉଛି  ।

Advertisment

ଜଣଙ୍କୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି  । ଭଦ୍ରକ ତିହିଡି ନୁଆଁନନ୍ଦ ଗାଁରେ ପାଟୁଆ ଯାତ୍ରା ପାଇଁ ଡିଜେ ବଜେଇ ଯାଉଥିବା ସମୟରେ ରାସ୍ତା ଉପରେ ଯାଇଥିବା ଇଲେଭେନ କେଭି ତାର ସଂସ୍ପର୍ଶରେ ଆସିଥିଲା ।   ସୂଚନା ପାଇ ଭଦ୍ରକ ଜିଲ୍ଲାପାଳ, ଏସପି, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ଭଦ୍ରକ ବିଧାୟକଙ୍କ ସହ ବରିଷ୍ଠ ଅଧିକାରୀ ଭଦ୍ରକ ମେଡିକାଲରେ ପହଂଚିଥିଲେ  ।  ବିନା ଅନୁମତିରେ ଡିଜେ ବାଜୁଥିବା ବେଳେ ତିହିଡି ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ।  ଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ଅଭିଯୋଗ ହୋଇଛି  ।