କନକ ବ୍ୟୁରୋ: ବଡ ଖବର। କଂଗ୍ରେସର ଆଉ ୨ ଜଣ କଂଗ୍ରେସ ବିଧାୟକ ହେଲେ ସସପେଣ୍ଡ । ତାରା ବାହିନୀପତି ଓ ରମେଶ ଜେନାଙ୍କୁ ଆଜି ନିଲମ୍ବନ କରିଛନ୍ତି ବାଚସ୍ପତି। ଆଜି କଂଗ୍ରେସ ବିଧାୟକ ଓ ସମର୍ଥକ ଧାରଣାରୁ ଉଠି ବିଧାନସଭା ଗେଟ୍ ଭାଙ୍ଗି ଧସେଇ ପଶିବା ପରେ ଦୁଇ ବିଧାୟକଙ୍କ ନିଲମ୍ବନ ଖବର ଆସିଛି । ଏହାକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ହେବାରେ ଲାଗିଛି। ପୂର୍ବରୁ ତାରାଙ୍କୁ ସପ୍ତାହକ ପାଇଁ ନିଲମ୍ବନ କରାଯାଇଥିବାବେଳେ ଆଜି ପୁଣିଥରେ ତାଙ୍କୁ ନିଲମ୍ବନ କରାଯାଇଛି।
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ
ପୁଣି ସସପେଣ୍ଡ ହେଲେ ତାରା ; ବିଧାୟକ ରମେଶ ଜେନା ମଧ୍ୟ ନିଲମ୍ବିତ । ପୂର୍ବରୁ ୧୨ ଜଣ କଂଗ୍ରେସ ବିଧାୟକ ନିଲମ୍ବିତ ହୋଇଥିଲେ।
/kanak/media/media_files/2025/03/26/ykjl7ZnN38pQvRSyywcH.jpg)