କନକବ୍ୟୁରୋ : ମାଲକାନଗିରି ଜିଲ୍ଲା ଦାୟିତ୍ବରେ ଦୁଇ ଅଧିକାରୀ। ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ବ ଦିଆଯାଇଛି। ଏଡିଜି ଆଇନ୍ ଶୃଙ୍ଖଳା ସଞ୍ଜୟ କୁମାର ଓ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ତଦାରଖ ଦାୟିତ୍ବ ଦିଆଯାଇଛି। ୧୮ ଓଡ୍ରାଫ୍ ଓ ୬ ଏନଡିଆରଏଫ୍ ଟିମକୁ ମଧ୍ୟ ମୁତୟନ କରାଯାଇଛି। 

Advertisment

୧୮ ଓଡ୍ରାଫ ଟିମ୍ ଭିତରୁ ,ମାଲକାନଗିରି ପାଇଁ ୬ , କୋରାପୁଟ ପାଇଁ ୨ , ରାୟଗଡ଼ା ପାଇଁ ୨ , ଗଞ୍ଜାମ ପାଇଁ ୨ କନ୍ଧମାଳ ପାଇଁ ୨ ବୌଦ୍ଧ ପାଇଁ ୨ ,ବଲାଙ୍ଗିର ପାଇଁ ୨ଟି ଓଡ୍ରାଫ ଟିମ ନିୟୋଜିତ ହୋଇଛନ୍ତି ସେହିପରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ ପାଇଁ ୬ ଏନଡିଆରଏଫ ଟିମ ମୁତୟନ ହୋଛଇନ୍ତି।