କନକ ବ୍ୟୁରୋ: ସୁରକ୍ଷା ବାହିନୀକୁ ବଡ଼ ସଫଳତା । ନୂଆପଡ଼ା ସମୀନ୍ତ ଜଙ୍ଗଲରେ ୨ ନକ୍ସଲ ନିପାତ । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ନକ୍ସଲମାନେ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ । ଓଡ଼ିଶା ଓ ଛତିଶଗଡ଼ ପୋଲିସ ସହ CRPF ଯବାନ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସୁରକ୍ଷା ବାହିନୀର ୧୦ଟି ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ଅପରେସନ ବେଳେ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ୩ଟି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହା ସହ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି। ଏହା ପୂର୍ବରୁ ଗତ ୩ ତାରିଖରେ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୩ ଜଣ ନକ୍ସଲଙ୍କୁ ନିପାତ କରିଥିଲେ । ଏବେ ଆଉ ୨ ଜଣ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ।
ସୁରକ୍ଷା ବାହିନୀକୁ ବଡ଼ ସଫଳତା । ନୂଆପଡ଼ା ସମୀନ୍ତ ଜଙ୍ଗଲରେ ୨ ନକ୍ସଲ ନିପାତ ।
SLR ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ । ଜଙ୍ଗଲକୁ ଘେରି କରାଯାଉଛି ସର୍ଚ୍ଚ ଅପରେସନ । ଏହି ଅପରେସନ ବେଳେ ଛତିଶଗଡ଼ର ଗରିଆବନ୍ଧ ଜଙ୍ଗଲରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଯବାନମାନେ ୨ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ, ୩ଟି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।
/kanak/media/media_files/2025/01/21/gCrdzY4zRngCp3WD9k71.jpg)