କନକ ବ୍ୟୁରୋ: ଦୁର୍ନୀତିଖୋରଙ୍କୁ ନିସ୍ତାର ମିଳିବନି। କିନ୍ତୁ ନୂଆ ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସେତେବେଳେ ପ୍ରଶ୍ନ ଉଠିଛି, ଯେତେବେଳେ ପୁଣିଥରେ ଦୁଇ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ରବି କାନ୍ତ ଓ ମିତ୍ରଭାନୁ ମହାପାତ୍ର କେନ୍ଦ୍ରୀୟ ଡେପୁଟେସନରେ ଯିବା ସହ ନୂଆ ନିଯୁକ୍ତି ପାଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏହି ଚିଠି ଉପରେ ନଜର ପକାନ୍ତୁ। ରବି କାନ୍ତଙ୍କୁ ବିଏସଏଫ ଆଇଜି ଓ ମିତ୍ରଭାନୁ ମହାପାତ୍ରଙ୍କୁ ବିଏସଏଫ ଡିଆଇଜି ଭାବେ ଗୁରୁଦାୟିତ୍ବ ମିଳିଛି। ରାଜ୍ୟରେ ବିବାଦୀୟ ହୋଇଥିବା ଏହି ୨ ଆଇପିଏସ ଅଫିସରେ କେନ୍ଦ୍ରରେ ବଡ ପଦବୀରେ ନିଯୁକ୍ତି ପାଇଛନ୍ତି।
ଆଇପିଏସ ମିତ୍ରଭାନୁ ମହାପାତ୍ର
ଖଣି ମାଫିଆ ରାଜା ଚକ୍ର ଗିରଫ ହେବା ପରେ ବିବାଦ ଘେରକୁ ଆସିଥିଲେ
କେନ୍ଦୁଝର ଏସପି ଥିବା ବେଳେ ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟର ସୁରକ୍ଷାଦାତା ସାଜିଥିବା ଅଭିଯୋଗ ହୋଇଥିଲା
ବିଜେଡି କ୍ଷମତାରୁ ଯିବା ପରେ ଆଡିସିନାଲ ଏସଆରସି ଭାବେ ରାଜଧାନୀକୁ ଆଣିଥିଲେ ମୋହନ ସରକାର
ଆଇପିଏସ ରବିକାନ୍ତ
ଦିଲ୍ଲୀରେ ଓଡ଼ିଶାର ରେସିଡେଣ୍ଟ କମିଶନର ଥିବା ସମୟରେ ବେଶ ବିବାଦୀୟ ହୋଇଥିଲେ
ନୂଆ ସରକାରରେ ଗୃହ ବିଭାଗର ଓଏସଡି ଭାବେ ମିଳିଥିଲା ନିଯୁକ୍ତି ଚର୍ଚ୍ଚା ହେଉଥିଲା ଖୁବଶୀଘ୍ର ଏମାନଙ୍କ ଉପରେ ବାଜିବ ସରକାରଙ୍କ ଛାଟ। କିନ୍ତୁ ରାଜ୍ୟ ସରକାରଙ୍କ କ୍ଲିନଚିଟ୍ ପାଇ ଉଭୟ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ନେଇ ପ୍ରଶ୍ନ ଉଠାଇଛି ବିରୋଧୀ କଂଗ୍ରେସ। ନିବାର୍ଚନ ପୂର୍ବରୁ ପାଣ୍ଡିଆନ ମାର୍କା ଅଫିସର ବିଜେପିର ରାଡାରରେ ଥିଲେ। ଅଫିସରଙ୍କ ନାଁରେ ପୁଳା ପୁଳା ଅଭିଯୋଗ ଆଣି ନବୀନ ସରକାରଙ୍କୁ ଘେରିଥିଲା ବିଜେପି। କିନ୍ତୁ ସରକାରକୁ ଆସିବା ପରେ ଏମିତି କଣ ବାଧ୍ୟବାଧ୍ୟକତା ହେଲା ଯେ, ଜଣେ ପରେ ଜଣେ ପାଣ୍ଡିଆନ ମାର୍କା ଅଫିସରଙ୍କୁ କ୍ଲିନଚିଟ୍ ଦେଉଛନ୍ତି ମୋହନ ସରକାର।
ତେବେ କଂଗ୍ରେସର ଅଭିଯୋଗକୁ ନେଇ ବିଜେପି ମୁଖିଆ କହିଛନ୍ତି, ଅଫିସର ରହିବେ ଶାସନ ଚାଲିବ। କିନ୍ତୁ ଲଗାମ କାହା ହାତରେ ରହିଛି ତାହା ସବୁଠୁ ବଡ କଥା। ବିଜେଡି ସରକାରରେ ବେଶ ପ୍ରଭାବଶାଳୀ ଥିବା ଆଇପିଏସ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କ ନାଁରେ ସମୟରେ ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ପୁଳା ପୁଳା ଅଭିଯୋଗ ଆଣିଥିଲା। କିନ୍ତୁ ସରକାରକୁ ଆସିବାର ମାସ କେଇଟା ମଧ୍ୟରେ ଡିଏସ କୁଟ୍ଟେ ଓ ଆଶିଷ ସିଂଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାରେ ସାହାଯ୍ୟ କରିଥିଲା ମୋହନ ସରକାରଙ୍କ କ୍ଲିନଚିଟ୍। ଆଉ ଏବେ ରବି କାନ୍ତ ଓ ମିତ୍ରଭାନୁଙ୍କ କେନ୍ଦ୍ରୀୟ ଡେପୁଟେସନ ଯିବା ପନିସମେଣ୍ଟ ନା ପୁରସ୍କାର ତାହା ସବୁଠୁ ବଡ ଦ୍ବନ୍ଦ୍ବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/04/26/5vCSjVbt4o5XL6b497o5.jpg)