କନକ ବ୍ୟୁରୋ:  ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ବାବୁ । ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ କିରାଣୀ  । ରାୟଗଡା ଜିଲ୍ଲା ବିଷମ କଟକ ସିଡିପିଓ ଶୁଶୀଳା ଶବର ଓ  କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ଶୀତା ୱାଡେକାଙ୍କ ଠାରୁ ଉଭୟ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

Advertisment

ଦୁଇ ଅଧିକାରୀ ଅଙ୍ଗନବାଡି କର୍ମୀ ଚୟନ ପାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ହୁତେଶୁ ଗ୍ରାମର ଅଙ୍ଗନବାଡ଼ି ପ୍ରାର୍ଥୀ ଭାବେ ତିନି ଜଣ ଆବେଦନ କରିଥିଲେ । ଟଙ୍କା ଦେଲେ ନିଯୁକ୍ତି ଦେଇଦେବେ କହି ଶୀତାଙ୍କ ଠାରୁ ଏକାଉଣ୍ଟରେ ପ୍ରଥମେ ୨୦ ହଜାର ଟଙ୍କା ନେଇଥିଲେ । ଆଜି ବଳକା ୮୦ ହଜାର ଟଙ୍କା ନଗଦ ନେବା ବେଳେ ରାୟଗଡା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ ଧରିଛି ।