କନକ ବ୍ୟୁରୋ : ଉତ୍କଳ ହୋଣ୍ଡା କ୍ୟାଣ୍ଟନମେଣ୍ଟ ଶୋରୁମ୍ ତରଫରୁ ଆଜି ସନ୍ଧ୍ୟାରେ ୨ଟି ଦୁଇ ଚକିଆ ଯାନ ବଜାରକୁ ଆସିଛି । ସେଥି ମଧ୍ୟରୁ ଗୋଟିଏ ମଟରସାଇକେଲ ୧୨୫ ସିସି ହୋଇଥିବା ବେଳେ ଅନ୍ୟଟି ଆକ୍ଟିଭା ସ୍କୁଟର ୧୨୫ ସିସି । ଏହି ଦୁଇଟି ଦୁଇ ଚକିଆ ଯାନ ରେ ଅନେକ କିଛି ଉନ୍ନତ ଧରଣର ସୁବିଧା ମାନ ଗ୍ରାହକମାନେ ପାଇ ପାରିବେ ।
ଏଥିସହିତ ସୁରକ୍ଷା ଦୃଷ୍ଟି ତଥା ପ୍ରଦୂଷଣ, ତଥା ତେଲର ମାଇଲେଜ ଉନ୍ନତ ରହିବ ବୋଲି କମ୍ପାନୀର ଉତ୍କଳ ହୋଣ୍ଡା ପାର୍ଟନର ଅନୀଲ ପୋଦାର କହିଛନ୍ତି । ଏହି ଦୁଇ ଚକିଆ ଯାନରେ ବ୍ଲୁଟୁଥ୍, ମୋବାଇଲ ଫୋନ୍ ଚାର୍ଜିଙ୍ଗ ଭଳି ଅନେକ ସୁବିଧା ରହିଛି । ଏହାକୁ OBD 2B ମଡେଲ ବୋଲି କୁହlଯାଏ । କମ୍ପାନୀର ସେଲସ ମ୍ୟାନେଜର ମନୋଜ କୁମାର ବେହେରା କହିଛନ୍ତି, ନିଶ୍ଚୟ ଏହା ଗ୍ରାହକଙ୍କୁ ପସନ୍ଦ ଆସିବ। ଏହାର ମୂଲ୍ୟ ଅନ୍ୟ ଯାନ ଠାରୁ 4000 ଟଙ୍କା ବେଶୀ ବୋଲି କହିଛନ୍ତି ।