କନକ ବ୍ୟୁରୋ : ରିଲସ କରି ତଣ୍ଡ ଗଣିଲେ ୨ ଜଣ ଅମାନିଆ ଯୁବକ। ବାଲେଶ୍ବର ରାଜରାସ୍ତାରେ ବେପରୁଆ ଗାଡ଼ିଚାଳନା ଏବଂ ବିନା ହେଲମେଟରେ ଗାଡ଼ି ଚଳାଇବା ୨ ଜଣ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ସେମାନଙ୍କ ନାଁରେ ୧୧ ହଜାର ଟଙ୍କା ଚାଲାଣ କାଟିଛି ବାଲେଶ୍ବର ଆରଟିଓ । ଜଣେ ଯୁବକ ବାଲେଶ୍ବରର ଏବଂ ଆଉ ଜଣେ ନୀଳଗିରିର । ଦୁଇ ଯୁବକ ବାଲେଶ୍ବର ସହରର ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ବେପରୁଆ ଭାବେ ଗାଡି ଚାଳନା କରି ରିଲସ କରିବା ସହିତ ଲୋକଙ୍କ ଜୀବନକୁ ବିପଦରେ ପକାଉଥିଲେ। ସେମାନଙ୍କୁ ଭିଉଜ୍ ନିଶା ଘାରିଥିବା ବେଳେ ପରିବହନ ବିଭାଗର ଛାଟ ପଡିଛି । ସେମାନେ ବ୍ୟବହାର କରୁଥିବା ଦୁଇଟି ବାଇକକୁ ଜବତ କରି ରଖିଛି ପରିବହନ ବିଭାଗ। ବାପା ମା ଆସି ଅଣ୍ଡରଟେକିଂ ଲେଖିବା ପରେ ଗାଡି ଫେରସ୍ତ ଦିଆଯିବ। ପୁନର୍ବାର ନିୟମ ନମାନିଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ଇନ୍ସପେକ୍ଟର।