କନକ ବ୍ୟୁରୋ : ଖେଳୁଥିବା ବେଳେ କେନାଲରେ ଭାସିଗଲେ ଦୁଇ ନାବାଳକ । ବାଲେଶ୍ବର ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ବରିସାହିରେ ଘଟିଛି ଏହି ଦୁଃଖଦ ଘଟଣା । ଦୁଇ ନାବାଳକ ହେଲେ ୧୦ ବର୍ଷୀୟ ସାଇ ମହେଶ ନାୟକ ଓ ୧୩ ବର୍ଷୀୟ ହରିହର ଦାସ। ଅଲିପୁର ଗାଁର ହରିହର ଦୁଇ ଦିନ ତଳେ ମାମୁ ଘରକୁ ବୁଲିବାକୁ ଆସିଥିଲେ । ସାଇ ମହେଶଙ୍କ ସହ ସାଙ୍ଗ ହୋଇ ନିକଟରେ ଥିବା ସାଳନ୍ଦୀ କେନାଲକୁ ଖେଳିବାକୁ ଯାଇଥିଲେ । ଏହି ସମୟରେ କେନାଲରେ ଲାଗିଥିବା ଶିଉଳିରେ ଗୋଡ଼ ଖସିଯିବାରୁ ଦୁଇ ଜଣଯାକ ଭାସିଯାଇଥିଲେ । ଅଗ୍ନିଶମ କର୍ମଚାରୀ ପ୍ରାୟ ୪ ଘଣ୍ଟା ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ମେଡିକାଲକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଖେଳୁଥିବା ବେଳେ କେନାଲରେ ଭାସିଗଲେ ଦୁଇ ନାବାଳକ । ୪ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ
ସାଇ ମହେଶଙ୍କ ସହ ସାଙ୍ଗ ହୋଇ ନିକଟରେ ଥିବା ସାଳନ୍ଦୀ କେନାଲକୁ ଖେଳିବାକୁ ଯାଇଥିଲେ । ଏହି ସମୟରେ କେନାଲରେ ଲାଗିଥିବା ଶିଉଳିରେ ଗୋଡ଼ ଖସିଯିବାରୁ ଦୁଇ ଜଣଯାକ ଭାସିଯାଇଥିଲେ । ଅଗ୍ନିଶମ କର୍ମଚାରୀ ପ୍ରାୟ ୪ ଘଣ୍ଟା ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲେ। ମେଡିକାଲକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
/kanak/media/media_files/M39aSncIdoLdpmZbW86r.jpg)