କନକ ବ୍ୟୁରୋ: ଜମ୍ମୁ ପୁଞ୍ଚ ଅଞ୍ଚଳରେ ସୀମା ଡେଇଁ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ଟଳିଥିବା ସୂଚନା । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରାତି ତମାମ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ । ଗୁରୁବାର ସନ୍ଧ୍ୟା ସମୟରୁ ପୁଞ୍ଚ ସ୍ଥିତ ଏଲଓସି ନିକଟରେ ଉତ୍ତେଜନା ଦେଖିବାକୁ ମିଳିଛି । କିଛି ଆତଙ୍କୀ ସୀମାଡେଇଁ ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ବେଳେ ଏହା ସୁରକ୍ଷାକର୍ମୀଙ୍କ ଦୃ୍ଷ୍ଟିରେ ପଡ଼ଥିଲା । ଆତଙ୍କୀମାନେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିବା ବେଳେ ସେନାର ଯବାନ ମାନେ ପାଲଟା ଗୁଳି ଚାଳନା କରିଥିଲେ । ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ଆଉ କିଛି ସୀମାବର୍ତ୍ତୀ ଅଞ୍ଚଳରେ ଲୁଚିଥିବା ଆଶଙ୍କା କରାଯାଉଛି । ସମଗ୍ର ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରାଉ କରିବା ସହ ରାତି ତମାମ ସର୍ଚ୍ଚ ଅପରେସନ କରିଛନ୍ତି । ପାକିସ୍ତାନ ପଟୁ ଭାରତକୁ ବିଭିନ୍ନ ସମୟରେ ଆତଙ୍କୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସୁରକ୍ଷା ବାହିନୀର ଯବାନ ।
ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ।
ଜମ୍ମୁ ପୁଞ୍ଚ ଅଞ୍ଚଳରେ ସୀମା ଡେଇଁ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଆତଙ୍କୀ ଟଳିଥିବା ସୂଚନା । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରାତି ତମାମ ଜୋରଦାର ସର୍ଚ୍ଚ ଅପରେସନ ।
/kanak/media/media_files/2025/01/31/1fEGn6eDxgjwBhBHdwRr.jpg)