କନକ ବ୍ୟୁରୋ: ମିଆଁମାରରେ ଭୟଙ୍କର ଭୂମିକମ୍ପ । ଶୁକ୍ରବାର ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାର ଦୁଇଟି ଲଗାତାର ଭୂମିକମ୍ପ ଅନୁଭୂତ ହୋଇଛି । ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି । ଏହାସହ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି, ଯାହାର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା ।
#BREAKING A 7.9-magnitude earthquake struck Myanmar, according to the China Earthquake Networks Center.
— 鳳凰資訊 PhoenixTV News (@PhoenixTV_News) March 28, 2025
Neighboring regions, including Thailand and China's Yunnan Province, felt significant tremors. #Myanmar#earthquakepic.twitter.com/qgRHQ7ltjl
ଭୂମିକମ୍ପର ପ୍ରଭାବ ଏତେ ଥିଲା ଯେ ପ୍ରାୟ ୯୦୦ କିଲୋମିଟର ଦୂର ବ୍ୟାଙ୍କକକୁ ଦୋହଲାଇ ଦେଇଥିଲା, ଥାଇଲ୍ୟାଣ୍ଡ ରାଜଧାନୀର ଅନେକ ଉଚ୍ଚ କୋଠା ଧୂଳିସାତ ହୋଇଯାଇଥିଲା । ଏହି ଭୂମିକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ ଏବଂ ଉଚ୍ଚ କୋଠାର ସୁଇମିଂ ପୁଲରୁ ପାଣି ମଧ୍ୟ ବାହାରକୁ ବହି ଯାଇଥିଲା । ଭୂମିକମ୍ପର ପ୍ରଭାବରେ ଅନେକ କୋଠା ଦୋହଲିବା ପରେ ସେମାନଙ୍କୁ ଖାଲି କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ରିପୋର୍ଟ ମିଳିନାହିଁ ।
🚨BREAKING: A powerful 7.7 magnitude earthquake has struck Myanmar.
— Viral News NYC (@ViralNewsNYC) March 28, 2025
It's unclear how bad the damage is . Stay tuned for updates. pic.twitter.com/YWRDj4jS52