କନ୍ଧମାଳ କରଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର :୨ ମାଓବାଦୀ ନିପାତ

Advertisment

କନ୍ଧମାଳ ଜିଲ୍ଲା କରଡ଼ା ଜଙ୍ଗଲରେ ଗୁଳି ବିନିମୟ ଜାରି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

କନ୍ଧମାଳ ଜିଲ୍ଲା କରଡ଼ା ଜଙ୍ଗଲରେ ଗୁଳି ବିନିମୟ ଜାରି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

maobadi

Photograph: (kanaknews)

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା କରଡ଼ା ଜଙ୍ଗଲରେ ଗୁଳି ବିନିମୟ ଜାରି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଦୁଇ ନକ୍ସଲ ନିପାତ ହୋଇଛନ୍ତି । ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଛି । କନ୍ଧମାଳ ଜିଲ୍ଲା ସୀମାନ୍ତ ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଜଙ୍ଗଲରେ ମାଓ ଗତିବିଧ‌ ସୁରାକ୍ ପାଇ ଶୁକ୍ରବାର ରାତିରୁ ଏସ୍ଓଜି ଯବାନମାନେ ଅପରେସନ ଆରମ୍ଭ କରିଥିଲେ । ରବିବାର ସକାଳେ ନିତିବାଡ଼ି  ଗାଁ ନିକଟରେ ଯବାନଙ୍କ ସହ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିଲା । ମାଓବାଦୀଙ୍କ ଗୁଳିଚାଳନା ପରେ ସୁରକ୍ଷା ବାହିନୀ ଏହାର ପାଲଟା ଜବାବ ଦେଇଥିଲେ ।

ଏନ୍‌କାଉଣ୍ଟରରେ ଯୋଗେଶ ଓ ରତ୍ନା ନିହତ ହୋଇଥିଲେ । ଯୋଗେଶ କେକେବିଏନ ସଂଗଠନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିବାବେଳେ ରତ୍ନା ପାର୍ଟି ମେମ୍ବର ଥିଲେ । ପୁଲିସ ସେମାନଙ୍କ ନିକଟରୁ ଏକ ଏକେ-୪୭ ଓ  ଏସ୍ଏଲ୍‌ଆର ବନ୍ଧୁକ ଜବତ କରିଛି । ଏହି ଅପରେସେନରେ ଏକାଧିକ ମାଓବାଦୀଙ୍କ ଶରୀରରେ ଗୁଳି ବାଜିଥିବା ସନ୍ଦେହ କରୁଛି ଗୁଇନ୍ଦା ବିଭାଗ । ମାଓବାଦୀଙ୍କ ବିରୋଧରେ ପୁଲିସ ଜାରି ରଖୁଛି ଲଢ଼େଇ । ଆସନ୍ତା ମାର୍ଚ୍ଚ ସୁଦ୍ଧା ରାଜ୍ୟକୁ ମାଓମୁକ୍ତ କରିବା ଲକ୍ଷ୍ୟରେ ଚାଲିଛି ଅଭିଯାନ ।

ଅଧିକ ପଢନ୍ତୁ : କିସ୍ତୱାରରେ ସେନା-ଆତଙ୍କବାଦୀ ମୁହାଁମୁହିଁ: କୁଖ୍ୟାତ ଜୈଶ କମାଣ୍ଡର ସୈଫୁଲ୍ଲାକୁ ଘେରିଲେ ଯବାନ, ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି

କନ୍ଧମାଳ ପୁଲିସକୁ ମିଳିଛି ଚଳିତ ବର୍ଷର ପ୍ରଥମ ସଫଳତା । ଗତବର୍ଷ ଟପ୍ କ୍ୟାଡର ଗଣେଶ ୱିକେ ସମେତ ୮ ଜଣ ମାଓବାଦୀ ପୁଲିସ ଗୁଳିର ଶିକାର ହୋଇଥିଲେ । ଅନ୍ୟ ୫ ଜଣ ଲାଲ୍‌ବାହିନୀ ସଦସ୍ୟ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ  କରିଥିଲେ । ଚଳିତ ଜାନୁଆରୀରେ ପୁଣି ୪ ଜଣ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳରେ ମାଓବାଦୀ ସଂଖ୍ୟା ୩୦ ତଳକୁ ଖସି ଆସିଥିବା ପୁଲିସ କହୁଛି । ମାଲକାନଗିରି, କୋରାପୁଟ, ବୌଦ୍ଧ ଜିଲାକୁ ମାଓମୁକ୍ତ ଘୋଷଣା ହୋଇଥିବାବେଳେ କନ୍ଧମାଳ ଜିଲ୍ଲା ମଧ୍ୟ ଖୁବ୍‌ଶୀଘ୍ର ଏହି ଲକ୍ଷ୍ୟ ହାସଲ କରିବ ବୋଲି ପୁଲିସ ଆଶା ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe