କନକ ବ୍ୟୁରୋ: ସୀମାନ୍ତରେ ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନରେ ଦୁଇ ମାଓ ନେତାଙ୍କର ମୃତ୍ୟୁ ହୋଇଛି । ସୁରକ୍ଷାବଳର ଅପରେସନରେ ମାଲକାନଗିରି ଜିଲ୍ଲାର ଡିସିଏମ କ୍ୟାଡର ଏବଂ କୋରାପୁଟ ଜିଲ୍ଲାର ଏସିଏମ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି ।
ମାଲକାନଗିରି ସୀମାରେ ଗୁଳିବିନିମୟ । ରାମାବରମ-ଆଦ୍ଦାରିଗାଲା ଜଙ୍ଗଲରେ ଏନକାଉଣ୍ଟର । ମୃତ ମାଓବାଦୀ ମାଲକାନଗିରି ଜିଲ୍ଲାର କାଲିମେଳା ଏରିଆ କମିଟିର ଡିସିଏମ କ୍ୟାଡର ମାଓ ନେତା ରମେଶ ଓରଫ ୱାଗା ପଡିଆମି ବୋଲି ସୂଚନା ମିଳିଛି । ମାଲକାନଗିରି କମିଟି ସଚିବ ଦାୟିତ୍ୱ ନେଇ ଥିଲେ ୱାଗା । ଏମାନଙ୍କ ମୁଣ୍ଡରେ ୮ ଲକ୍ଷ ଓ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ଅତ୍ୟାଧୁନିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୁଲିସ । ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ବଡ଼ ସଫଳତା ମିଳିଛି । ଆହୁରି ଅଧିକ ମାଓବାଦୀ ମୃତାହତ ନେଇ ଆଶଙ୍କା କରୁଛି ସୁରକ୍ଷାକର୍ମୀ । ଏବେ ବି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।