କନକ ବ୍ୟୁରୋ: ବଙ୍ଗୋପସାଗରରେ ପଛକୁ ପଛ ଲଘୁଚାପ । ଗୋଟିଏ ଲଘୁଚାପ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ଥିବାବେଳେ ୨୪, ୨୫ ତାରିଖରେ ଆଉ ଏକ ଲଘୁଚାପ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇପାରେ । ଏଭଳି କିଛି ଆକଳନ କରିଛି ପାଣିପାଗ କେନ୍ଦ୍ର । ଏବେ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୩୬ ଘଣ୍ଟାରେ ଅବପାତର ରୂପ ନେବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ବଙ୍ଗୋପସାଗରରେ ପ୍ରଥମ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବ ଅଧିକ ରହିବା ଆଶା କରାଯାଉଛି । ତେବେ ବିଶେଷ କରି ଆନ୍ଧ୍ର ପ୍ରଦେଶରେ ଏହାର ପ୍ରଭାବ ରହିବ । ଏବେ ତାମିଲନାଡ଼ୁ ଓ କେରଳକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ଦିନରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ପଛକୁ ଦକ୍ଷିଣ ଆଣ୍ଡାମାନରେ ଆଉ ଏକ ଲଘୁଚାପ ଆସିବା ସମ୍ଭାବନା ରହିଛି । 

Advertisment

୨୬ ବର୍ଷ ତଳେ ୧୯୯୯ ମସିହାରେ ସମାନ ଭାବେ ଦୁଇ ଦୁଇଟି ଲଘୁଚାପ ଆସିଥିଲା । ପ୍ରଥମ ଲଘୁଚାପ ଗୋପାଳପୁରରେ ସ୍ଥଳଭାଗ ଛୁଇଁଥିଲା । ଦ୍ବିତୀୟଟି ମହାବାତ୍ୟାର ରୂପ ନେଇ ଜଗତସିଂହପୁର ଏରସମାରେ ସ୍ଥଳଭାଗ ଛୁଇଁଥିଲା । ଦ୍ବିତୀୟ ବାତ୍ୟାଟି ମଧ୍ୟ ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିଲା । ଯାହା ବଳ ଗୋଟାଇ ଓଡ଼ିଶା ମୁହାଁ ହୋଇଥିଲା । ତେବେ ବାତ୍ୟାକୁ ନେଇ ଏବେ କିଛି କହିବା ଉଚିତ୍ ହେବନି ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।

ଭାରତକୁ ଦେବାକୁ ହେବ ଏସିଆକପ୍ ଟ୍ରଫି, ମୋହସିନ୍ ନକଭିଙ୍କୁ ବିସିସିଆଇର କଡ଼ା ମେସେଜ୍

ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମକୁ ଦିଗ କରି ଅବପାତରେ ପରିଣତ ହେବ । ଉତ୍ତର ତାମିଲନାଡୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ଗତି କରିବ । ପରବର୍ତ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଗାମୀ ୫ ଦିନ ଯାଏଁ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ ରହିବ । ବିଜୁଳି, ଘଡଘଡି ଓ ଝଟକା ପବନ ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟା ପାଇଁ  ମାଲକାନଗିରି, କୋରାପୁଟ ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା ଓ ପୁରୀ, କଟକ, ଜଗତସିଂହପୁର,କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।