ଏକା ସାଙ୍ଗରେ ଆସୁଛି ଦୁଇଟି  ଲଘୁଚାପ ;  ମେ’ ଶେଷ ସପ୍ତାହ ସୁଦ୍ଧା ପଡ଼ିପାରେ ପ୍ରଭାବ

କାଳବୈଶାଖୀ ସାଙ୍ଗକୁ ଦୁଇ ଦୁଇଟା ଲଘୁଚାପ । ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଓ  ଆରବସାଗରରେ ଲଘୁଚାପ ସମ୍ଭାବନା ।  ଆଗାମୀ ୪ ଦିନ ଯାଏଁ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ।

Weather******

Weather****** Photograph: (KanakNews)

କନକ ବ୍ୟୁରୋ: ଏକା ସାଙ୍ଗରେ ଆସୁଛି ୨ଟି  ଲଘୁଚାପ । ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି । ମେ’ ୨୨ ବେଳକୁ ଏହା ଲଘୁଚାପର ରୂପ ନେବ  । ଏହି ଲଘୁଚାପ ଅଧିକ ଘନୀଭୂତ ହେଇ ଉତ୍ତରକୁ ଗତି କରିପାରେ । ମେ’ ୨୭ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହେଇ ଲଘୁଚାପର ରୂପ ନେବ । 

ରାଜ୍ୟରେ ବର୍ତ୍ତମାନ ଗରମ ଗୁଳୁଗୁଳି ଜାରି ରହିଛି । ଉପକୂଳବର୍ତ୍ତୀ  ଜିଲ୍ଲା ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତିରେ ଗରମ ଗୁଳୁଗୁଳିକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ ମେ’ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗିରହିବା ନେଇ ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe