କନକ ବ୍ୟୁରୋ : ଏକାସଙ୍ଗେ ଦୁଇଟି ଲଘୁଚାପ । ଦେଶର ଉଭୟ ପଶ୍ଚିମ ଏବଂ ପୂର୍ବ ଭାଗରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ଗୁଜରାଟ ଓ ତା'ର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଏବଂ ଦକ୍ଷିଣପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା ୩୦ରେ ଦକ୍ଷିଣ ପଶ୍ଚିମ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବା ସହ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି। ଯୋଡ଼ା ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହୋଇଛି । ଦେଶର ପୂର୍ବ ଏବଂ ପଶ୍ଚିମ ଭାଗରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୪ଘଣ୍ଟା ପାଇଁ ଦେଶର ବିଭିନ୍ନ ରାଜ୍ୟକୁ ଚେତାବନୀ ଜାରି କରାଯାଇଛି । ଆଜି ରାଜ୍ୟର ତିନି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

Advertisment