କନକ ବ୍ୟୁରୋ : ଦୁଇଟି ପୃଥକ ପୃଥକ୍ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ, ୩ ଆହତ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଭୋଳବେଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ଏବଂ ତିନି ଜଣ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ : ସଡ଼କ ଦୁର୍ଘଟଣାରେ ୩ ସିଆରପିଏଫ୍ ଯବାନ ସହିଦ, ଜଣେ ଡ୍ରାଇଭର ମୃତ
ଆହତଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ରବି ମୁଣ୍ଡା । ସେହିପରି ବାଦାମପାହାଡ଼ ଥାନା ଦଲକି ଛକ ନିକଟରେ ବାଇକ ଓ ପିକଅପ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ପିକଅପ ଭ୍ୟାନ ଫେରାର ହୋଇଥିଲା । ମୃତକ ଜଣକ ହେଲେ ବହଳଦା ଥାନା ଲୋକନାଥପୁର ଗାଁର ସୁନୀଲ ମହାକୁଡ଼ ।
Follow Us