ଜାତୀୟ ରାଜପଥରେ ଦୁଇ ଜଣଙ୍କ ମୃତ୍ୟୁ , ପୁଲିସର ତଦନ୍ତ ଜାରି

Advertisment

ପୁଣି ଜାତୀୟ ରାଜପଥ ନେଲା ୨ ଜଣକ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟସ୍ଥ ଜାତୀୟ ରାଜପଥ ବାଇପାସ୍ ଠାରେ ବାଇକକୁ ଧକ୍କା ଦେଲା ହାଇଞ୍ବା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

ପୁଣି ଜାତୀୟ ରାଜପଥ ନେଲା ୨ ଜଣକ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟସ୍ଥ ଜାତୀୟ ରାଜପଥ ବାଇପାସ୍ ଠାରେ ବାଇକକୁ ଧକ୍କା ଦେଲା ହାଇଞ୍ବା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।

Accident

Accident Photograph: (Kanak News)

କନକ ବ୍ୟୁରୋ : ପୁଣି ଜାତୀୟ ରାଜପଥ ନେଲା ୨ ଜଣକ ଜୀବନ । ପିପିଲି ଦାଣ୍ଡମୁକୁନ୍ଦପୁର ନିକଟସ୍ଥ ଜାତୀୟ ରାଜପଥ ବାଇପାସ୍ ଠାରେ ବାଇକକୁ ଧକ୍କା ଦେଲା ହାଇଞ୍ବା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।  ବାଇକ୍ ଆରୋହୀ ୨ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଥିବା ସୂଚନା । ସେପଟେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ସିର୍ସାମାହାଠାରେ ଏକ ଦୁର୍ଘଟଣା ଘଟିଯାଇଛି । ଗୁରୁବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ଅକାଳ ବିୟୋଗ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଦାରିଙ୍ଗବାଡି ବ୍ଲକ ତିଲୋରୀ ଶ୍ରୀରାମନଗର ସାହିର ଦୟା ନାୟକଙ୍କ ପୁଅ ନାନୁ ନାୟକ ।

ଅଧିକ ପଢନ୍ତୁ : ମୁହଁରୁ ଭଦ୍ର , ଭିତରୁ ଭୟଙ୍କର : ଭିଡିଓ ଗେମ୍ ଖେଳିବାକୁ ଡାକି ୩୩ ପିଲାଙ୍କ ଜୀବନ ବରବାଦ କରିଥିବା ଦମ୍ପତି

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନାନୁ ବାଇକ ଯୋଗେ ଦାରିଙ୍ଗବାଡିରୁ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ସିର୍ସାମାହା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ନାନୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ନିଶ୍ଚିତ କରିଛନ୍ତି । ଖବର ପାଇ ଦାରିଙ୍ଗବାଡ଼ି ଥାନା ପୁଲିସ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ପରେ ଶ୍ରୀରାମନଗର ସାହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe