କନକ ବ୍ୟୁରୋ : ଏମଏସପି ପ୍ଲାଣ୍ଟରେ ବଡ଼ ଦୁର୍ଘଟଣା । ବର୍ଣ୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର । ଝାରସୁଗୁଡ଼ା ଏମଏସପି ପ୍ଲାଣ୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗଳବାର ପୂର୍ବାହ୍ଣ ୧୧ଟା ବେଳେ ବ୍ଲାଷ୍ଟ ଫର୍ଣ୍ଣାସ ନିକଟରେ ଥିବା ବର୍ଣିଫିକେସନ୍ ପ୍ଲେଟ ବା ଏକ ବିଶାଳ ଲୁହା ପ୍ଲେଟ ଖସି ପଡ଼ିବାରୁ ତଳେ କାର୍ଯ୍ୟରତ କର୍ମଚାରୀମାନେ ଏଥିରେ ଫସି ଯାଇଥିଲେ । ସହକର୍ମୀଙ୍କ ଦ୍ଵାରା ୬ ଜଣଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ୨ ଜଣକ ମୃତ୍ୟ ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅଲେଖ ଦେବା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।