କନକ ବ୍ୟୁରୋ : ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ତରଫରୁ ଦୁଇ ଆତଙ୍କବାଦୀ ଇସମାଇଲ ଶୟର ଓ ଶେଖ୍ ହମଜାକୁ ହ୍ୱାଇଟ ହାଉସର ଧାର୍ମିକ ସ୍ୱତନ୍ତ୍ରତା ଆୟୋଗର ପରାମର୍ଶଦାତା ବୋର୍ଡ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି । ଏହାର ଖୁଲାସା ସର୍ବପ୍ରଥମେ ସାମ୍ବାଦିକ ଲାରା ଲୁମର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଶୟର ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ ଥିବା ଅଭିଯୋଗରେ ୧୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ ହୋଇଥିଲେ । ଶୟର ଆତଙ୍କବାଦୀ ଗତିବିଧି ସହ ଜଡିତ ଥିବା ଅଭିଯୋଗ ଥିଲା । ଶୟର ଆମେରିକା ବିରୋଧରେ ଯୁଦ୍ଧ କରିବାକୁ ଷଡଯନ୍ତ୍ର କରିଥିଲା ଓ ୨୦୦୩ ରେ ଅଲ-କାଏଦା ଓ ଲସ୍କର-ଏ - ତୋଏବାକୁ ସହାୟତା ପ୍ରଦାନ କରିଥିଲା ।
ସେହିଭଳି ଅନ୍ୟଜଣଙ୍କ ହେଉଛନ୍ତି ଶେଖ ହମଜା କାର୍ଲିଫର୍ଣ୍ଣିଆର ଜେତୁନା କଲେଜର ସହ ସଂସ୍ଥାପକ । ଏହା ସହ ସେ ଜଣେ ଇସଲାମିକ ଆତଙ୍କବାଦୀ । ପତ୍ରକାର ଲାରା ଲୁମରଙ୍କ ମୁତାବକ ଶେଖ ହମଜା ହମାସ ଓ ମୁସଲିମ୍ ବ୍ରଦରହୁଡ ସହିତ ଜଡିତ ଥିଲେ । ୯/୧୧ ଆକ୍ରମଣ ପୂର୍ବରୁ ଜମିଲ-ଅଲ-ଅମିନ୍ ପାଇଁ ଏକ ଫଣ୍ଡରେଜର ଇଭେଣ୍ଟରେ ଭାଷଣ ଦେଇଥିଲେ । ଏହି ଭାଷଣରେ ଜମିଲ-ଅଲ-ଅମିନ ବିରୋଧରେ ଆମେରିକା ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଥିଲେ । ମୁମ୍ବାଇ ଆକ୍ରମଣ ମାମଲାରେ ଆମେରିକାର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ଏଫବିଆଇ ଦ୍ୱାରା ଜେରା ହୋଇଥିଲେ ।