କନକ ବ୍ୟୁରୋ : କଟକ ଚୌଦ୍ୱାର ଜେଲରୁ ଦୁଇ କଏଦୀଙ୍କ ଚମ୍ପଟ ମାମଲା । ପୁରା ଘଟଣାରେ ଜେଲ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ କରୁଛି ପୁଲିସ । ଜେଲର ୫ ଜଣ ୱାର୍ଡର ଏବଂ ଚିଫ୍ ୱାର୍ଡରଙ୍କ ହେବ ଲାଇ ଡିଟେକସନ ଟେଷ୍ଟ । ଏଥିପାଇଁ କୋର୍ଟଙ୍କ ଅନୁମତି ଲାଗି ପୁଲିସ ଆବେଦନ କରିଛି । ୱାର୍ଡର ଏବଂ ଚିଫ୍ ୱାର୍ଡର ନିଜ ମତାମତ ଦେଲା ପରେ ସତମିଛ ପରୀକ୍ଷାର ସମ୍ମୁଖୀନ ହେବେ ।
ଚୌଦ୍ୱାର ଜେଲରୁ ବନ୍ଦୀ ଚମ୍ପଟ୍ ମାମଲାରେ ତଦନ୍ତକାରୀ ଅଧିକାରଙ୍କ ହାତରେ ଲାଗିଛି ବଡ଼ ସୁରାଗ । ଅଲଗା ଅଲଗା ଥିବା ଦୁଇ ଫେରାର ବନ୍ଦୀଙ୍କ ଲାଟିନ ପରିସରରୁ ମୋବାଇଲ ଜବତ୍ ହୋଇଛି । ସିମ୍ ନଥିବା ମୋବାଇଲ ମିଳିବା ପରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ । ମୋବାଇଲର ଆଇଏମଇଆଇ ନମ୍ୱର ଯାଞ୍ଚ କରିବା ପରେ ମୋବାଇଲରେ କେତୋଟି ସିମ୍ ପଡ଼ିଥିଲା । ଫୋନରେ କାହା କାହା ସହ କଥା ହୋଇଥିଲେ ସେସବୁ ତଥ୍ୟ ମିଳିନ ବୋଲି ତଦନ୍ତକାରୀ ଦଳ ଆଶା କରୁଛନ୍ତି ।
ଲୁହାଛଡ଼ କାଟିବାକୁ ଜେଲ୍ ଭିତରକୁ ଆରି ପହଞ୍ଚାଯାଇଥିଲା, ଏପରିକି ବନ୍ଦୀ ଧରାନପଡ଼ିବା ଲାଗି ନିଜ ସେଲର୍ ସିସିଟିଭି ଦିଗ ବଦଳାଇଦେଇଥିଲେ ବୋଲି କୁହାଯାଉଛି । ସେପଟେ ଚୌଦ୍ୱାର ଜେଲକୁ ବନ୍ଦୀ ଚମ୍ପଟ ମାମଲାର ତଦନ୍ତ କରୁଥିବ ଜେଲ୍ ଡିଆଇଜି ଅନୁସୟା ଜେନା ଜେଲ୍ ଡିଜିଙ୍କୁ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ରିପୋର୍ଟରେ ଉଲ୍ଲେଖ ରହିଛି ଥରେ ନୁହଁ ପୂର୍ବରୁ ଦୁଇ ଦୁଇ ଥର ଜେଲ୍ରୁ ଖସିବାକୁ ଚକ୍ରାନ୍ତ କରିଥିଲେ । ତେଣୁ ଜେଲ୍ କର୍ମଚାରୀଙ୍କ ଭୂମିକାକୁ ସନ୍ଦେହ ବଢ଼ିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/10/choudwar-jail-2025-10-10-16-51-03.jpg)