କନକ ବ୍ୟୁରୋ: ଦଳର କନ୍ଦଳ, ବିରୋଧକୁ ନେଇ ଶେଷରେ ଇସ୍ତଫା ଦେଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଏବେ ଚର୍ଚ୍ଚା କିଏ ହେବ ଦେଶର ଆଗାମୀ ପ୍ରଧାନମନ୍ତ୍ରୀ । କନଜରଭେଟିଭ ପାର୍ଟିର ମୁଖ୍ୟ ଦାବିଦାର ପିଅର ପୋଇଲବେରେଙ୍କ ସହ ରେସରେ ଦୁଇଜଣ ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ଟ୍ରୁଡୋଙ୍କ ପରେ କାନାଡ଼ାର ରାଜନୈତିକ ସ୍ଥିତି କ’ଣ ରହିବ,
ରାତାରାତି ବଦଳିଯାଇଛି କାନାଡା ରାଜନୀତି । ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ।ଆଗକୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗି ରହିଛି । ତେବେ ଟ୍ରୁଡୋ ହଟିବା ପରେ ରେସରେ ଅନେକ ନାଁ ସାମ୍ନାକୁ ଆସିଛି ।କନଜଭେଟିଭ ପାର୍ଟିର ସାଂସଦ ପିଅର ପୋଇଲବେରେଙ୍କ ନେଇ ସବୁଠି ଅଧିକ ଚର୍ଚ୍ଚା କରାଯାଉଛି ।ଏପରିକି ତାଙ୍କ ନାଁ ନେଇ ସଟ୍ଟା ବଜାରରେ ମଧ୍ୟ ବାଜି ମରାମରି ଜୋରଦାର ଚାଲିଛି ।୨୦୦୪ରେ କନଜରଭେଟିଭ ପାର୍ଟିରେ ଯୋଗ ଦେଇଥିବା ପିଅର ପୂର୍ବସରକାରରେ ସିନିୟର କ୍ୟାବିନେଟମନ୍ତ୍ରୀ ରହିସାରିଛନ୍ତି ୮ଜଣ ଦାବିଦାରଙ୍କ ମଧ୍ୟରେ ଦୁଇ ଭାରତୀୟ ବଂଶୋଦ୍ଭଙ୍କ ରହିଛନ୍ତି ।
କାନାଡ଼ା ପ୍ରଧାନମନ୍ତ୍ରୀ ରେସ
୮ ଚେହେରାରେ ୨ ଭାରତୀୟ ବଂଶୋଦ୍ଭବ
୧-ଅନୀତା ଆନନ୍ଦ-ପଞ୍ଜାବରେ ଜନ୍ମିତ ଅନୀତାଙ୍କ ନିକଟରେ ପ୍ରତିରକ୍ଷା ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅଭିଜ୍ଞତା ରହିଛି କୋଭିଡ ସମୟରେ ଗୁରୁତ୍ବଦାୟିତ୍ବ ସମ୍ମାଳି ଚର୍ଚ୍ଚାକୁ ଆସିଥିଲେ
୨-ଜର୍ଜ ଚହଲ-ଲିବରାଲ ପାର୍ଟିର ସାଂସଦ ଜର୍ଜ ଚହଲ । ସାଂସଦ ଓ କାଉନସିଲର ଦାୟିତ୍ବ ସମ୍ଭାଳିଛନ୍ତି । କାନାଡା ଶିଖ କମ୍ୟୁନିଟର ଅଧ୍ୟକ୍ଷ । ଟ୍ରୁଡୋଙ୍କ ବିରୋଧରେ ଟିପ୍ପଣୀ ଦେଇ ଚର୍ଚ୍ଚାରେ ଥିଲେ
୩-କ୍ରିଷ୍ଟିଆ ଫିନଲ୍ୟାଣ୍ଡ:ପ୍ରଧାନମନ୍ତ୍ରୀ ରେସରେ ଅନ୍ୟତମ ଦାବିଦାର । ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ଅର୍ଥମନ୍ତ୍ରୀ ପଦର ଇସ୍ତଫା ଦେଇ ଟ୍ରୁଡୋଙ୍କ ପାଇଁ ବଡ଼ ସମସ୍ୟା ଆଣିଥିଲେ
୪-ଡୋମନିକ ଲେବ୍ଲାଙ୍କ: ଲିବରାଲ ପାର୍ଟିର ବରିଷ୍ଠ ମନ୍ତ୍ରୀ । ଅର୍ଥମନ୍ତ୍ରୀ ଦାୟିତ୍ବ ତୁଳାଇବା ସହ ଟ୍ରୁଡୋଙ୍କ ଅନ୍ୟତମ ନିକଟତର
୫-କ୍ରିଷ୍ଟି ବ୍ଲାର୍କ: ପ୍ରଧାନମନ୍ତ୍ରୀ ରେସର ଅନ୍ୟତମ ଦାବିଦାର କ୍ରିଷ୍ଟି । ଟ୍ରୁଡୋଙ୍କ ଇସ୍ତଫା ପଛରେ ତାଙ୍କର ବଡ ହାତ ରହିଛି
୬-ମାର୍କ କାର୍ନି: ବ୍ୟାଙ୍କ ଅଫ କାନାଡାର ପୂର୍ବତନ ଗଭର୍ଣ୍ଣର । ଅର୍ଥନୀତି ବିଶେଷଜ୍ଞ ସହ ଦୀର୍ଘଦିନର ଅଭିଜ୍ଞତା ରହିଛି
୭-ମେଲାନୀ ଜୋଲି: ବର୍ତ୍ତମାନର ବିଦେଶମନ୍ତ୍ରୀ ଓ ଟ୍ରଡୋଙ୍କ ନିକଟତର । ଭାରତ, ଚୀନ, ରୁଷ ସହ କାନାଡାର କୁଟନୀତି ସମ୍ପର୍କ ସମ୍ଭାଳିବାରେ ବଡ ଦାୟିତ୍ବ ତୁଳାଇଥିଲେ
୮-ଫ୍ରାଙ୍କୋ ଫିଲିପ: ଅର୍ନ୍ତରାଷ୍ଟ୍ରୀୟ ବିଶେଷଜ୍ଞ ଓ ଜନତାଙ୍କ ଭିତରେ ବେଶ ଲୋକପ୍ରିୟ । ବୈଦେଶିକ ବ୍ୟାପରମନ୍ତ୍ରୀର ଅଭିଜ୍ଞତା
ଟ୍ରୁଡୋଙ୍କ ପରେ ଯିଏବି କାନାଡାର ପ୍ରଧାନମନ୍ତ୍ରୀ ହେବେ ତାହା ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଳାଇବ ।କାରଣ ଟ୍ରୁଡୋ ସରକାରଙ୍କ ଭାରତ ବିରୋଧୀ ଆଭିମୁଖ୍ୟ, ଖଲିସ୍ତାନୀ ଆତଙ୍କୀଙ୍କୁ ନେଇ ଭାରତର ଉପରେ ଦୋଷ ଲଦିବା ଘଟଣା ଉଭୟ ଦେଶର ସର୍ମ୍ପକକୁ ଖରାପ କରିଥିଲା । ତେବେ ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ଭିତରୁ ବିରୋଧରୁ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ୯ ବର୍ଷ ହେଲାଣି ସେ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ। ସେହିପରି ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଟ୍ରୁଡୋଙ୍କୁ ଆହୁରି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରୁ ସ୍ୱର ତୀବ୍ର ହୋଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/07/BzKRBQaJuXTbTsPmZ0zm.jpg)