କନକ ବ୍ୟୁରୋ : କିଏ ହେବ କାନାଡାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏନେଇ ଲିବରାଲ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ନେତୃତ୍ୱ ପ୍ରସଙ୍ଗରେ ନିଷ୍ପତ୍ତି ନେବ । ଚଳିତ ସପ୍ତାହରେ ଏହି ବୈଠକ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଥିବା ବେଳେ ଲିବରାଲ ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରବର୍ତ୍ତୀ ନେତା ଚୟନ ପାଇଁ ଅତି କମରେ ୩ ମାସ ସମୟ ଲାଗିବ । ତେବେ ସବୁଠୁ ବଡ କଥା ହେଉଛି, ପ୍ରଧାନମନ୍ତ୍ରୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ଚର୍ଚ୍ଚିତ ପ୍ରାର୍ଥୀଙ୍କ ମଧ୍ୟରେ ରହିଛି ଦୁଇ ଭାରତୀୟ ବଂଶୋଦ୍ଭବଙ୍କ ନାଁ । ପ୍ରଧାନମନ୍ତ୍ରୀ ଡୌଡ଼ରେ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ ।
ଅନିତା ଆନନ୍ଦ କାନାଡା ସରକାରରେ ପରିବହନ ମନ୍ତ୍ରାଳୟ ଦାୟିତ୍ବ ସମ୍ଭାଳିଥିଲେ । ପବ୍ଲିକ୍ ସର୍ଭିସେସ୍ ଏବଂ ପ୍ରୋକ୍ୟୁରମେଣ୍ଟ, ପ୍ରତିରକ୍ଷା ବିଭାଗର ଅଭିଜ୍ଞତା ରହିଛି । ଅନିତାଙ୍କ ବାପା ଜଣେ ତାମିଲ ହୋଇଥିବା ବେଳେ ମା ପଞ୍ଜାବୀ ଅଟନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ଜର୍ଜ ଚହଲ ବି ରହିଛନ୍ତି । ଲିବେରାଲ ପାର୍ଟିରୁ ଅଲବର୍ଟାର ସାଂସଦ ଅଛନ୍ତି ଚହଲ । ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ଇଚ୍ଛୁକ ଥିବା ପୂର୍ବରୁ ଜଣାଇଛନ୍ତି । ଓକିଲାତି ଓ ପରେ ରାଜନୀତିରେ ପ୍ରବେଶ କରିଥିଲେ ଜର୍ଜ ଚହଲ । ଜର୍ଜଙ୍କୁ କାନାଡିର ଶିଖ ସଂମ୍ପ୍ରଦାୟର ଜୋରଦାର ସମର୍ଥନ ଥିବା ଚର୍ଚ୍ଚା ।