କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ। ଶିଳ୍ପ ନୀତି ୨୦୧୫ରେ ସଂଶୋଧନ। ଏହି ଶିଳ୍ପ ନୀତି ଅଧୀନରେ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଇଛି । କୌଣସି କାରଣରୁ ସଂସ୍ଥାମାନେ ଆବେଦନ କରି ପାରୁନଥିଲେ । ଆବେଦନ ସମୟ ସୀମା ୧ ବର୍ଷରୁ ୨ ବର୍ଷ କରାଯାଇଛି । କୋଭିଡ୍ ସମୟରେ ଶିଳ୍ପ କ୍ଷେତ୍ରରେ ଅନେକ ଉଦ୍ୟୋଗୀ ଆବେଦନ କରିପାରୁନଥିଲେ । ୩୦.୦୬.୨୦୨୩ ପର୍ୟ୍ୟନ୍ତ ଯେଉଁମାନେ ଆବେଦନ କରିଛନ୍ତି, ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଇଛି । ଶିଳ୍ପ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟା କରଣ ନୀତିରେ ବି ସଂଶୋଧନ କରାଯାଇଛି ।
ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟ ୨୦୨୪କୁ କ୍ୟାବିନେଟରେ ପାରିତ । ଆସନ୍ତା ବିଧାନସଭାରେ ଏହା ଉପସ୍ଥାପନ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟକୁ ସ୍ୱାୟତ୍ତ ଅଟୋନୋମି ପ୍ରଦାନ କରିବା । ଶିକ୍ଷକ ନିଯୁକ୍ତି ପ୍ରତିବନ୍ଧକ ହଟାଇବା, କୁଳପତି ଚୟନ ପ୍ରକ୍ରିୟାରେ ଶିକ୍ଷାବିତଙ୍କୁ ପ୍ରାଧାନ୍ୟ ଦିଆଯିବ, ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ତାଙ୍କ କ୍ଷମତା ବଢ଼ାଇବାକୁ ପ୍ରସ୍ତାବ ରଖାଯାଇଛି ।