କନକ ବ୍ୟୁରୋ: ସୁନ୍ଦରଗଡ ତଲସରା ଥାନା ଅନ୍ତର୍ଗତ ରାମପୁର ପଞ୍ଚାୟତ ନିମଡ଼ିହି ଗ୍ରାମର ୨ ହକି ଖେଳାଳିଙ୍କ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ,  ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ବଳୁଆବାହାଲ ଗ୍ରାମରେ ହକି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ ଏହି ଦୁଇ ଖେଳାଳି । ଖେଳି ସାରି ବାଇକ ଯୋଗେ ଘରକୁ ଫେରୁଥିବାବେଳେ କତେରବିରା ଦର୍ଶନୀୟ ସ୍ଥାନ ମନ୍ଦିର ନିକଟରେ ବିପରୀତ ଦିଗ ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ ଧକ୍କାରେ ୨ ହକି ଖେଳାଳିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଦୁଇଜଣ ହେଲେ ସଚିନ କିଣ୍ଡୋ ଓ ସୁମୀଲାଲ ଟପ୍ପୋ ।