କନକବ୍ୟୁରୋ: ସମ୍ବଲପୁର ଭୀମସାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। ନୂତନ ପ୍ରେକ୍ଷାଳୟ ପରିସରରେ ଚାଲିଥିବା ପ୍ରିସ୍ମସ୍ -୨୦୨୪ ତଥା ୟୁଜି ଛାତ୍ର ସଂଘ ବାର୍ଷିକ ଉତ୍ସବରେ ଗଣ୍ଡଗୋଳ। ଖଣ୍ଡଯୁଦ୍ଧରେ ୩ ଜଣ ଇଣ୍ଟର୍ନ ଛାତ୍ର ଆହତ ହୋଇଛନ୍ତି। କିଛି ପିଜି ଛାତ୍ର ଇଣ୍ଟର୍ନ ଛାତ୍ରମାନଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏଥିରେ ୩ ଇଣ୍ଟର୍ନ ଛାତ୍ର ପୂର୍ବତନ ୟୁଜି ଛାତ୍ରସଂଘ ସଭାପତି ଡା. ପ୍ରଭାତ କୁମାର ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଡା. ଏନ୍. ବିଶ୍ୱରଂଜନ ଏବଂ ଡା. ଅମିତ ଶୁଭମ ଆହତ ହୋଇଛନ୍ତି । ଯାହାକୁ ନେଇ ଭୀମସାରରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି ।
ଆହତ ୟୁଜି ଛାତ୍ର ବୁର୍ଲା ଥାନାର ଦ୍ବାରସ୍ଥ ହୋଇ ଘଟଣା ନେଇ ଲିଖିତ ଅଭିଯୋଗ କରିଛନ୍ତି। ଭୀମସାର ନିର୍ଦ୍ଦେଶକ ଭିମସାର ଡା. ଭାବଗ୍ରାହୀ ରଥଙ୍କ ସମେତ ଏସ୍ଡିପିଓ ଅମିତ ମହାନ୍ତି ଥାନାଧିକାରୀ ଅନିଲ ପ୍ରଧାନଙ୍କ ଉପସ୍ଥିତିରେ ବିଳମ୍ବିତ ରାତ୍ରି ଯାଏଁ ଥାନାରେ ବୁଝାମଣା ଚାଲିଥିଲା। ତେବେ ଘଟଣାକୁ ନେଇ କୌଣସି ନିଷ୍କର୍ସ ବାହାରି ନାହିଁ। ଏହି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ରହିଥିଲା ବିବାଦ। ଆଉ ଗତକାଲି ଏହା ମାରପିଟ୍ର ରୂପ ନେଇଥିଲା। ଏପଟେ ମାମଲାର ସମାଧାନ ନହେବା ପର୍ୟ୍ୟନ୍ତ କାର୍ୟ୍ୟବନ୍ଦ ଆନ୍ଦୋଳନ ନେଇ ଧମକ ଦେଇଛନ୍ତି ହାଉସ୍ ସର୍ଜନ୍।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/XcQgA7wHjiiAvmM1cWOp.jpg)