ନନ୍ଦନକାନନରେ ନୂଆ ଅତିଥି ; କୋଲକାତାରୁ ଆସିଲେ ୨ ଜିରାଫ୍

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ପର୍ଯ୍ୟଟକମାନେ ୩ ଜିରାଫ ଦେଖିବାର ସୁଯୋଗ ପାଇବେ। କୋଲକାତା ଆଲିପୁର ଚିଡିଆଖାନାରୁ ହଳେ ଜିରାଫଙ୍କୁ ଅଣାଯାଇଛି ।

nandankanan

କନକ ବ୍ୟୁରୋ:  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ପର୍ଯ୍ୟଟକମାନେ ୩ ଜିରାଫ ଦେଖିବାର ସୁଯୋଗ ପାଇବେ। କୋଲକାତା ଆଲିପୁର ଚିଡିଆଖାନାରୁ ହଳେ ଜିରାଫଙ୍କୁ ଅଣାଯାଇଛି । ଗୋଟିଏ ଜିରାଫର ବୟର ଦେଢ ବର୍ଷ ଓ ଅନ୍ୟଟିର ବୟସ ପ୍ରାୟ ବର୍ଷେ ହେବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଛି। ସ୍ୱାସ୍ଥ୍ୟ ପରୀକ୍ଷା ଶେଷ ହେବା ପରେ ସେମାନଙ୍କୁ ଜିରାଫ ଖୁସି ରହୁଥିବା ୧୦୦ ନମ୍ବର ଖୁଆଡ ପାଖରେ ରଖିବା ବ୍ୟବସ୍ଥା କରାଯିବ। ୧୨ ବର୍ଷ ହେବ ଏକୁଟିଆ ନିସଙ୍ଗ ଜୀବନ ବିତାଉଥିବା ‘ଖୁସି’ ଜୀବନରେ ଖୁସି ଆସିଛି ବୋଲି କୁହାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe