ହାତୀ ମାରିଲା ଚାକିରି ଗଲା ; ଢେଙ୍କାନାଳ ହିନ୍ଦୋଳରେ ଦୁଇ ବନ ବିଭାଗ କର୍ମଚାରୀ ନିଲମ୍ବିତ

ଢେଙ୍କାନାଳ ହିନ୍ଦୋଳ ହାତୀ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ନିଲମ୍ବନ କଲେ ଡିଏଫଓ । ରାସୋଳ ସେକ୍ସନ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ ।

30

କନକ ବ୍ୟୁରୋ: ଢେଙ୍କାନାଳ ହିନ୍ଦୋଳ ହାତୀ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ନିଲମ୍ବନ କଲେ ଡିଏଫଓ । ରାସୋଳ ସେକ୍ସନ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ । ହାତୀ ଆକ୍ରମଣରେ ହୋଇଛି ୩ଜଣଙ୍କ ମୃତ୍ୟୁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହେବାରେ କଡ଼ା ପଦକ୍ଷେପ ନେଇଛନ୍ତି ଡିଏଫଓ ।

ଢେଙ୍କାନାଳ ହିନ୍ଦୋଳରେ ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟ ହୋଇଥିଲା । ମୃତକ ହେଲେ ହିନ୍ଦୋଳ ବାଗଧରିଆ ଗାଁର କରୁଣାକର ଦେହୁରୀ ଏବଂ ଝୁଲଣ ଦେହୁରୀ । ସୂଚନା ଅନୁସାରେ, ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହିନ୍ଦୋଳ ସାତମାଇଲ ଛକରେ ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ଅଟକିଥିଲା ଶହ ଶହ ଗାଡ଼ି । କ୍ଷତିପୂରଣ ସହ ହାତୀ ଆତଙ୍କ ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ରାସ୍ତାରୋକ କରାଯାଇଛି  । ଫଳରେ କଟକ- ଅନୁଗୁଳ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଡିଏଫଓ ଆସି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe