ଟଙ୍କା ନେଣଦେଣକୁ ନେଇ ଦୁଇ ପରିବାର ଗୋଷ୍ଠୀ ସଂର୍ଘଷ । ଘଟଣାରେ ୪ ଗୁରୁତର

ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ । ଗୋଟିଏ ପରିବାରର ଆକ୍ରମଣରେ ଆଉ ଏକ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚଣ୍ଡୀବସ୍ତ ଗାଁରେ

nayagada

କନକବ୍ୟୁରୋ : ଟଙ୍କା ଦେଣନେଣକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ। ଗୋଟିଏ ପରିବାରର ଆକ୍ରମଣରେ ଆଉ ଏକ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଚଣ୍ଡୀବସ୍ତ ଗାଁରେ ।  ଆହତଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  ।  ଟଙ୍କା ଦେଣନେଣକୁ କେନ୍ଦ୍ରକରି ଗତକାଲି ରାତିରେ ଗାଁର ଦୁଇଟି ପରିବାର ମୁହାଁମୁହିଁ ହୋଇଥିଲେ  ।  ଗୋଟିଏ ପରିବାର ଅନ୍ୟ ଏକ ପରିବାର ଉପରକୁ ଢେଲା ପଥର ମାଡ଼ କରିଥିଲେ ।  ଏଥିରେ ସେହି ପରିବାରର ୪ ଜଣ ଆହତ ହୋଇଥିବା ବେଳେ ଟାଉନ ପୋଲିସ ପହଂଚି ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ  । ପରେ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe