କନକ ବ୍ୟୁରୋ : କୌଶାମ୍ବୀ ଯାତ୍ରା ସମୟରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବାର ମାତ୍ର ୨୪ ଘଣ୍ଟା ପରେ, ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମୀତ ସିଂହଙ୍କ ହେଲିକପ୍ଟର ଶ୍ରୀନଗର ନିକଟରେ ଜରୁରୀକାଳୀନ ଅବତରଣ କରିଛି। ଗୁରମୀତ ସିଂହ ସୁରକ୍ଷିତ ଅଛନ୍ତି, ଅବତରଣର ସଠିକ୍ କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ପାଗ ଖରାପ ଥିବା କଥା କୁହାଯାଇଛି।
ଗୁରମିତ୍ ସିଂହ ଗେନସ୍ରାନରେ ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ହେଲିକପ୍ଟର ଯୋଗେ ଯାତ୍ରା କରୁଥିଲେ, ଯାନ୍ତ୍ରିକ ସମସ୍ୟା କିମ୍ବା ପାଗ ଯୋଗୁଁ ଶ୍ରୀନଗର ନିକଟରେ ତାଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିଲା। ସୂଚନା ପାଇବା ପରେ, ପ୍ରଶାସନ ଓ ପୋଲିସ ତୁରନ୍ତ ରାଜ୍ୟପାଳଙ୍କୁ ହେଲିପ୍ୟାଡରୁ ସିଧାସଳଖ ପୋଲିସ ଗେଷ୍ଟହାଉସକୁ ନେଇଯାଇଥିଲେ।
ଅଧିକ ପଢ଼ନ୍ତୁ : ଯୁଦ୍ଧ ବିଭୀଷିକା ମଧ୍ୟରେ ସ୍ୱଦେଶ ଫେରିଲେ ୫୨ ହଜାର ଭାରତୀୟ, ଉଦ୍ଧାର କାର୍ଯ୍ୟ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ
ଉଲ୍ଲେଖନୀୟ, ଶନିବାର ଦିନ, ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ କୌଶାମ୍ବୀ ଅଭିମୁଖେ ଯାତ୍ରା କରୁଥିବାବେଳେ ହେଲିକପ୍ଟରରେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲା, ଯାହାଫଳରେ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା। ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟ୍ୟଙ୍କ ହେଲିକପ୍ଟର ବାଛରାୱା ପହଞ୍ଚିବା ପରେ ପାଇଲଟ୍ଙ୍କ ଡ୍ୟାସବୋର୍ଡରେ ଥିବା ଡିସପ୍ଲେ ବନ୍ଦ ହୋଇଗଲା। ଡିସପ୍ଲେ ବିନା ପାଇଲଟ୍ଙ୍କ ନିୟନ୍ତ୍ରଣ ସମ୍ଭବ ନଥିଲା, ତେଣୁ ହେଲିକପ୍ଟରକୁ ବିମାନବନ୍ଦର ଆଡ଼କୁ ବୁଲାଇ ଦିଆଯାଇଥିଲା। ଆକାଶରେ ହେଲିକପ୍ଟରରେ ଧୂଆଁ ଭର୍ତ୍ତି ହେଉଥିବା ଦେଖି ପାଇଲଟ୍ ହେଲିକପ୍ଟରକୁ ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରାଇଥିଲେ। କେଶବ ମୌର୍ୟ୍ୟ, ତାଙ୍କ ସହଯୋଗୀ ବିବେକ, ସୁରକ୍ଷା କର୍ମୀ ଓ ପାଇଲଟ୍ ସମସ୍ତେ ସୁରକ୍ଷିତ ଅଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/08bbs_42_08032026_111-2026-03-08-17-39-58.jpg)