କନକ ବ୍ୟୁରୋ: ଢେଙ୍କାନାଳ, ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ନିକଟରେ ଭୟଙ୍କର ଦୁର୍ଘଟଣା । ଘରୋଇ ଯାତ୍ରୀବାହି ବସ୍ ଓଲଟି ୨୦ରୁ ଅଧିକ ଯାତ୍ରୀ ଗୁରୁତର । ଜଗନ୍ନାଥ ନାମକ ଏକ ବସ୍ ପରଜଙ୍ଗ ଅଞ୍ଚଳରୁ ଭୁବନେଶ୍ୱର ଆସୁଥିବାବେଳେ ଭାରସାମ୍ୟ ହରାଇ ରେଙ୍ଗାଳି ଶାଖା କେନାଲ ନିକଟରେ ଓଲଟି ପଡ଼ିଥିଲା । ବସ୍ରେ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ୧୦୮ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ଦ୍ୱାରା ସମସ୍ତଙ୍କୁ ଉଦ୍ଧାର କରାଯାଇଛି ।
ସେପଟେ ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ବାଉଁଶୁଣି ଥାନା ଗଜରାଜପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବୁଲେଟ୍କୁ ଧକ୍କା ଦେଲା ରଘୁନାଥ ନାମକ ଯାତ୍ରୀବାହୀ ବସ୍ । ଘଟଣା ସ୍ଥଳରେ ଦୁଇ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ପରିଚୟ ମିଳିପାରି ନାହିଁ । କିନ୍ତୁ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମସ୍ତ ବସ୍ ଯାତ୍ରୀ । ଭୁବନେଶ୍ୱରରୁ ଉମରକୋଟ ଯାଉଥିଲା ଯାତ୍ରୀବାହୀ ବସ୍ । ବାଉଁସୁଣୀ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ମୃତ, ୨୦ ଆହତ
ବାଉଁଶୁଣି ଥାନା ଗଜରାଜପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ସେପଟେ ତୁମୁସିଙ୍ଗା ଥାନା କନ୍ତିଓକାଟେଣୀ ନିକଟରେ ଭୟଙ୍କର ଦୁର୍ଘଟଣାରେ ୨୦ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
/kanak/media/media_files/2025/08/08/14-severe-accident-2025-08-08-10-37-26.jpg)