କନକ ବ୍ୟୁରୋ : ପୁରୀରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀରେ ୨ ଭକ୍ତଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଡାକ୍ତରଙ୍କ ସୂଚନା ମୁତାବକ ୨ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସମ୍ମିଳନୀ ଚାଲିଥିବା ବେଳେ ଦୁଇ ଭକ୍ତ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।