ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି; ୮ ଗୁରୁତରଙ୍କ ଚାଲିଛି ଚିକିତ୍ସା

Advertisment

ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୮ ଗୁରୁତର । ପୁରୁଣାକଟକ ଥାନା ଜିଆକଟାରେ ବିସ୍ଫୋରଣ, ଭାଙ୍ଗିଗଲା ଅନେକ ଘର । 

ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ । ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୮ ଗୁରୁତର । ପୁରୁଣାକଟକ ଥାନା ଜିଆକଟାରେ ବିସ୍ଫୋରଣ, ଭାଙ୍ଗିଗଲା ଅନେକ ଘର । 

blast

କନକ ବ୍ୟୁରୋ: ବୌଦ୍ଧରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ୮ ଜଣ ଗୁରୁତର ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବିସ୍ଫୋରଣରେ ପ୍ରଥମେ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । 

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି । ସୂଚନା ଅନୁଯାୟୀ, ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ । କୌଣସି କାରଣବଶତଃ ଆଜି ଦିନ ୧୧ଟା ସମୟରେ ବାଣ ଫୁଟି ଯାଇଥିଲା । ଫଳରେ ଗୋଦାମରେ ଗଚ୍ଛିତ ବିପୁଳ ବୋମା ବିସ୍ଫୋରଣ  ହେବାରୁ ଅନେକଗୁଡ଼ିଏ ଘର ଭୁଶୁଡ଼ିପଡ଼ିଛି । ଏଥିରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଜୀବନ ଗଲାଣି ।   ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ କାଚ ଭାଙ୍ଗିଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe