କନକ ବ୍ୟୁରୋ : ଉପକୂଳରେ ଜାରି ହୋଇଛି ହାଇଆଲର୍ଟ । ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ । ଏଥିପାଇଁ ଉପକୂଳକୁ ଜଗି ରହିଛନ୍ତି ସଶସ୍ତ୍ର ସୁରକ୍ଷାବଳ । ପାରାଦୀପ ଓ କେନ୍ଦ୍ରାପଡ଼ା ସମୁଦ୍ର ତଟରେ ଚାଲିଛି ମିଳିତ ସମରଭ୍ୟାସ 'ସାଗର କବଚ-୨' । ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରଭ୍ୟାସ । ମିଳିତ ସମରାଭ୍ୟାସରେ ମେରାଇନ ପୁଲିସ, ଇଣ୍ଡିଆନ କୋଷ୍ଟ ଗାର୍ଡ, ଭାରତୀୟ ନୌସେନା, ବନବିଭାଗ, ମତ୍ସ୍ୟବିଭାଗ, ଗୁଇନ୍ଦା ବିଭାଗ ସାମିଲ ହୋଇଛନ୍ତି । ଉପକୂଳରେ ଓଡ଼ିଶା ପୁଲିସ, ସିଆଇଏସଏଫ, ଜଙ୍ଗଲ ବିଭାଗ ସହିତ ବିଭିନ୍ନ ବିଭାଗ ସାମିଲ ହୋଇ କଡ଼ା ପ୍ରହରା ଦେଉଛି । ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତ୍ରୁ ପ୍ରବେଶକୁ ପ୍ରତିହତ କରାଯିବ ସେନେଇ ଚାଲିଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ୟାସରେ ସୁରକ୍ଷା କର୍ମୀଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି ଗୋଟିଏ ଟିମ ବ୍ଲୁ ଓ ଅନ୍ୟ ଟିମକୁ ରେଡ୍ ଟିମ୍ ଭାବେ ଗଠନ କରାଯାଇଛି । ରେଡ ଟିମ୍ ସମୁଦ୍ର ପଥ ଦେଇ ଉପକୂଳରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା କରୁଥିବାବେଳେ, ସ୍ଥଳ ଭାଗରେ ବ୍ଲୁ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହି ଏହି ଛଦ୍ମବେଶୀ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରୁଛନ୍ତି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ନଦୀ ଓ ସମୁଦ୍ର ପଥରେ ଅନୁପ୍ରବେଶ ରୋକିବା ପଇଁ କେନ୍ଦ୍ରାପଡ଼ା ପୁଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ଉପକୂଳ ସୁରକ୍ଷା ପାଇଁ ଆଜିଠୁ ଦୁଇ ଦିନିଆ ସମରାଭ୍ୟାସ 'ସାଗର କବଚ-୨'
ଜଳପଥ ଦେଇ ମାଡ଼ି ଆସୁଛନ୍ତି ଆତଙ୍କବାଦୀ । ଏଥିପାଇଁ ଉପକୂଳକୁ ଜଗି ରହିଛନ୍ତି ସଶସ୍ତ୍ର ସୁରକ୍ଷାବଳ । ପାରାଦୀପ ଓ କେନ୍ଦ୍ରାପଡ଼ା ସମୁଦ୍ର ତଟରେ ଚାଲିଛି ମିଳିତ ସମରଭ୍ୟାସ 'ସାଗର କବଚ-୨' ।
/kanak/media/media_files/2025/09/03/sagar-kavach-2-2025-09-03-09-37-14.jpg)