କନକ ବ୍ୟୁରୋ: ଆଜିଠାରୁ ଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଓ ଆସନ୍ତାକାଲି ଏହି ବୈଠକ ବସିବ। ସାରା ଦେଶର ନଜର ଏହି ବୈଠକ ଉପରେ ରହିଛି । ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍। ରହିପାରେ ୫, ୧୮ ଓ ୪୦% ସ୍ଲାବ। ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ। ୨୮% ସ୍ଲାବରେ ଥିବା ୯୦% ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ। ଗତକାଲି ଦିଲ୍ଲୀରେ ରାଜ୍ୟ ଜିଏସଟି ଅଧିକାରୀଙ୍କ ବଡ ବୈଠକ ହୋଇଥିଲା। ଏଥିରେ ଜିଏସଟି ଦରରେ କ’ଣ ପରିବର୍ତ୍ତନ ହେବ, ସେହି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ସ୍ବାଧୀନତା ଦିବସରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟିରେ ପରିବର୍ତ୍ତନ ହେବ ବୋଲି ସଙ୍କେତ ଦେଇଥିଲେ । ଜିଏସଟି ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି ।
ଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ଆରମ୍ଭ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ
ସମାପ୍ତ ହୋଇପାରେ ଜିଏସଟିର ୧୨ ଓ ୨୮ ପ୍ରତିଶତ ସ୍ଲାବ୍। ରହିପାରେ ୫, ୧୮ ଓ ୪୦% ସ୍ଲାବ। ୧୨ % ସ୍ଲାବରେ ଥିବା ୯୯% ସାମଗ୍ରୀ ଓ ସେବା ୫% ସ୍ଲାବରେ ଆସିପାରେ। ୨୮% ସ୍ଲାବରେ ଥିବା ୯୦% ସାମଗ୍ରୀ ଓ ସେବା ୧୮% ସ୍ଲାବରେ ଆସିପାରେ।
/kanak/media/media_files/2025/09/03/43-2025-09-03-12-44-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)