ଓଡିଶାରେ ଦୁଇ ଦିନିଆ ଦୀପାବଳି ପାଳନ ; କିଏ ପାଳିଲା କାଲି, ଆଉ କିଏ ପାଳିବ ଆଜି ।

ଓଡ଼ିଶାରେ ଦୁଇ ଦିନିଆ ଦୀପାବଳି ପାଳନ । ଖୁସିର ପର୍ବ ଦୀପାବଳିରେ କେଁ ପୁରାଇଲା ପାଞ୍ଜି । କିଏ ପାଳିଲା କାଲି, ଆଉ କିଏ ପାଳିବ ଆଜି । ଭିନ୍ନ ଭିନ୍ନ ପାଞ୍ଜିର ପୃଥକ ପୃଥକ ଆକଳନକୁ ନେଇ ବଢ଼ିଲା ଅସନ୍ତୋଷ ।

11111112

କନକ ବ୍ୟୁରୋ:  ଆଲୋକର ପର୍ବ ଦୀପାବଳି । ଗତକାଲି କିଛି ଲୋକ ପାଳନ କରିଥିବା ବେଳେ ଆଜି ପୁଣି କିଛି ଲୋକ ପାଳନ କରିବେ । ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନ ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ ବଢାଇ ଦେଇଛି । ବିରଜା ପାଞ୍ଜିକୁ ମାନୁଥିବା ଜିଲ୍ଲାଗୁଡିକରେ ଗତକାଲି ଲୋକ ଦୀପାବଳି ପାଳନ କରିଛନ୍ତି । ସେହିପରି କୋହେନୂର ଓ ଖଡିରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡିକ ଆଜି ଦୀପାବଳି ପାଳନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଦୁଇ ଦିନିଆ ଦୀପାବଳି ପାଳନ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ

ମନ୍ଦିରରେ ଆଜି ଦୀପାବଳି ପାଳନ ହେବ । କିନ୍ତୁ ଗତକାଲି ସନ୍ଧ୍ୟାରେ ବାହାରୁ ଆସିଥିବା କିଛି ଶ୍ରଦ୍ଧାଳୁ ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିବା ସହ ବଡବଡୁଆ ଡାକୁଥିବା ଦେଖିବାକୁ ମିଳିଛି । କେବଳ ଏହି ଦୀପାବଳି ନୁହେଁ ପୂର୍ବରୁ କୁମାର ପୂର୍ଣ୍ଣିମା, ଅନନ୍ତବ୍ରତ ଭଳି ଅନେକ ପର୍ବ ପାଳନକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ତେଣୁ ଏଭଳି ଦ୍ବନ୍ଦ୍ବକୁ ଦୂର କରିବା ପାଇଁ ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe