ଅଢେଇ ଫୁଟର ଗାଈ, ଦାମ୍ ଅଢେଇ ଲକ୍ଷ

ଅଢେଇ ଫୁଟର ଗାଇ, ଦାମ ଅଢେଇ ଲକ୍ଷ ଟଙ୍କା। ସମ୍ବଲପୁର କୁଚିଣ୍ଡା ରୁଷିକୁଳ ସେବାଶ୍ରମକୁ ଆସିଛି ନୁଆ ପ୍ରଜାତିର ଦୁଇଟି ଗାଈ । ପଣ୍ଡିତଙ୍କ ବେଦ ମନ୍ତ୍ର ସାଙ୍ଗକୁ ହୁଳହୁଳିରେ କମ୍ପୁଛି ସେବାଶ୍ରମ।

rare breed cows

rare breed cows Photograph: (KanakNews)

କନକ ବ୍ୟୁରୋ: ଗାଈର ଉଚ୍ଚତା ଅଢେଇ ଲକ୍ଷ ହେଲେ ଦାମ୍ ଅଢେଇ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଆସିଛି ନୂଆ ପ୍ରଜାତିର ଗାଈ । ଦେଖିବାକୁ ଅତି ସୁନ୍ଦର ହୋଇଥିବା ସହ ଏକାବେଳେ ଦୁଇଟି ଗାଈ ଆସିଛନ୍ତି ଋଷିକୁଳ ସେବାଶ୍ରମକୁ । ପଣ୍ଡିତଙ୍କ  ବେଦ ମନ୍ତ୍ର ସାଙ୍ଗକୁ ହୁଳହୁଳିରେ କୁଚିଣ୍ଡାର ରୁଷିକୁଳ ସେବାଶ୍ରମକୁ ସେମାନଙ୍କୁ ସ୍ବାଗତ କରାଯାଇଛି।

କାରଣ ଆଶ୍ରମକୁ ନୂଆ ଅତିଥି ହୋଇ ଆସିଛନ୍ତି ଦୁଇଟି ଭିନ୍ନ ପ୍ରଜାତିର ଗାଈ । ଧୂପ , ଦୀପ , ଫୁଲ ଦେଇ ପୂଜାର୍ଚ୍ଚନା କରି ଭବ୍ୟ ସ୍ୱାଗତ କରାଯିବା ସହ  ନୂଆ ବସ୍ତ୍ର ପିନ୍ଧାଇ ସଜାଇ ଦିଆଯାଉଛି ନୂଆ ଅତିଥିଙ୍କୁ  । ଆଶ୍ରମର ସେବକ , ସେବିକା, ତଥା ଛାତ୍ରଛାତ୍ରୀ ସମସ୍ତେ ଲାଗିପଡିଛନ୍ତି ନୂଆ ଅତିଥି ,ଗାଈ ଦୁଇଟିଙ୍କୁ ସ୍ୱାଗତ ଆଉ ସେବା କରିବାରେ । ଏପରିକି ନୂଆ ନାମକରଣ ମଧ୍ୟ କରାଯାଇଛି ।  

ପୁଙ୍ଗନୁର ପ୍ରଜାତିର ଏହି ଗାଈ ଅତି ବେଶୀରେ ମାତ୍ର ଦୁଇରୁ ଅଢେଇ ଫୁଟ ପର୍ଯ୍ୟନ୍ତ ହୋଇଥାନ୍ତି ଓ କମ୍ ଖାଦ୍ୟ ଖାଇ ଥରକୁ ୨ ରୁ ୩ କେଜି ପର୍ଯ୍ୟନ୍ତ କ୍ଷୀର ଦେଇଥାାନ୍ତି  । ଅନ୍ୟ ଗାଈ ପରି ସାଧାରଣ ଖାଦ୍ୟ ଖାଉଥିବା ସହ ଅତି ସ୍ନେହୀ ଏହି ଦୁଇ ଗାଈ ।  ଅନ୍ୟାନ୍ୟ ପଶୁ ପାଳିବା ଅପେକ୍ଷା ଏହି ଭଳି ଗାଈ ପାଳିଲେ ଶାନ୍ତି , ଆନନ୍ଦ ମିଳିବା ସହ ସୁନ୍ଦର ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶ୍ରମବାସୀ ମତ ପ୍ରକାଶ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe