କନକ ବ୍ୟୁରୋ: ଗାଈର ଉଚ୍ଚତା ଅଢେଇ ଲକ୍ଷ ହେଲେ ଦାମ୍ ଅଢେଇ ଲକ୍ଷ ଟଙ୍କା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି କଥାଟି ସତ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଆସିଛି ନୂଆ ପ୍ରଜାତିର ଗାଈ । ଦେଖିବାକୁ ଅତି ସୁନ୍ଦର ହୋଇଥିବା ସହ ଏକାବେଳେ ଦୁଇଟି ଗାଈ ଆସିଛନ୍ତି ଋଷିକୁଳ ସେବାଶ୍ରମକୁ । ପଣ୍ଡିତଙ୍କ ବେଦ ମନ୍ତ୍ର ସାଙ୍ଗକୁ ହୁଳହୁଳିରେ କୁଚିଣ୍ଡାର ରୁଷିକୁଳ ସେବାଶ୍ରମକୁ ସେମାନଙ୍କୁ ସ୍ବାଗତ କରାଯାଇଛି।
କାରଣ ଆଶ୍ରମକୁ ନୂଆ ଅତିଥି ହୋଇ ଆସିଛନ୍ତି ଦୁଇଟି ଭିନ୍ନ ପ୍ରଜାତିର ଗାଈ । ଧୂପ , ଦୀପ , ଫୁଲ ଦେଇ ପୂଜାର୍ଚ୍ଚନା କରି ଭବ୍ୟ ସ୍ୱାଗତ କରାଯିବା ସହ ନୂଆ ବସ୍ତ୍ର ପିନ୍ଧାଇ ସଜାଇ ଦିଆଯାଉଛି ନୂଆ ଅତିଥିଙ୍କୁ । ଆଶ୍ରମର ସେବକ , ସେବିକା, ତଥା ଛାତ୍ରଛାତ୍ରୀ ସମସ୍ତେ ଲାଗିପଡିଛନ୍ତି ନୂଆ ଅତିଥି ,ଗାଈ ଦୁଇଟିଙ୍କୁ ସ୍ୱାଗତ ଆଉ ସେବା କରିବାରେ । ଏପରିକି ନୂଆ ନାମକରଣ ମଧ୍ୟ କରାଯାଇଛି ।
ପୁଙ୍ଗନୁର ପ୍ରଜାତିର ଏହି ଗାଈ ଅତି ବେଶୀରେ ମାତ୍ର ଦୁଇରୁ ଅଢେଇ ଫୁଟ ପର୍ଯ୍ୟନ୍ତ ହୋଇଥାନ୍ତି ଓ କମ୍ ଖାଦ୍ୟ ଖାଇ ଥରକୁ ୨ ରୁ ୩ କେଜି ପର୍ଯ୍ୟନ୍ତ କ୍ଷୀର ଦେଇଥାାନ୍ତି । ଅନ୍ୟ ଗାଈ ପରି ସାଧାରଣ ଖାଦ୍ୟ ଖାଉଥିବା ସହ ଅତି ସ୍ନେହୀ ଏହି ଦୁଇ ଗାଈ । ଅନ୍ୟାନ୍ୟ ପଶୁ ପାଳିବା ଅପେକ୍ଷା ଏହି ଭଳି ଗାଈ ପାଳିଲେ ଶାନ୍ତି , ଆନନ୍ଦ ମିଳିବା ସହ ସୁନ୍ଦର ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶ୍ରମବାସୀ ମତ ପ୍ରକାଶ କରିଛନ୍ତି ।