ଛତିଶଗଡ଼ ସୀମାରେ ଏନ୍‌କାଉଣ୍ଟର : ଯବାନଙ୍କ ଗୁଳିରେ ୨ କ୍ୟାଡର ମାଓବାଦୀ ମୃତ

ଛତିଶଗଡ଼ରେ ଏନକାଉଣ୍ଟର, ୨ ମାଓବାଦୀ ମୃତ । କୋଣ୍ଡାଗାଓଁ-ନାରାୟଣପୁର ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

mao

Photograph: (KanakNews )

କନକ ବ୍ୟୁରୋ : ଛତିଶଗଡ଼ରେ ଏନକାଉଣ୍ଟର, ୨ ମାଓବାଦୀ ମୃତ । କୋଣ୍ଡାଗାଓଁ-ନାରାୟଣପୁର ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । କୋଣ୍ଡାଗାଓଁ ଜିଲ୍ଲା ବରଗୁମ ଜଙ୍ଗଲରେ ଯବାନ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଜଣେ ଡିଭିସିଏମ ଓ ଜଣେ ଏସିଏମ୍ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ଠାରୁ ଏକେ-47 ବନ୍ଧୁକ ଓ ଗୁଳି ଗୋଳା ଜବତ କରାଯାଇଛି ।  

ଉଭୟଙ୍କ ନାଁରେ ୮ ଲକ୍ଷ ଓ ୬ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନଙ୍କ ବିରୋଧରେ ଡିଆରଜି ଓ ବସ୍ତର ଫାଇଟର୍ସ ପକ୍ଷରୁ ଗତ କାଲି ଅପରେସନ ଆରମ୍ଭ ହୋଇ ଥିଲା । ଆଉ ଆଜି ସଫଳତା ମିଳିଛି । ୨୦୨୬ ସୁଦ୍ଧା ନକ୍ସଲ ନିପାତ କରିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟାର୍ଗେଟ ଧୀରେଧୀରେ ବାସ୍ତବ ରୂପ ନେଉଛି । ଏନକାଉଣ୍ଟର ଭୟରେ କିଛି ମାଓବାଦୀ ଆତ୍ମସମର୍ପଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe