ଲୌହ ଦାନବ ନେଇଗଲା ଦୁଇ ଭାଇଙ୍କ ଜୀବନ ; ମୋବାଇଲ ସଜାଡ଼ିବାକୁ ଯିବାବେଳେ ଦଳିଦେଲା ଟ୍ରେନ୍

ଟ୍ରେନ୍‌ ଧକ୍କାରେ ଚାଲିଗଲା ଦୁଇଟି ଜୀବନ । ରେଳ ଧାରଣା ପାର ହେବାବେଳେ ଦୁର୍ଘଟଣା । ରାଉରକେଲା ବାସନ୍ତୀ କଲୋନି ହରିପୁର ବସ୍ତିର ଦୁଇ ଭାଇଙ୍କ ଅକାଳରେ ମୃତ୍ୟୁ । 

20

କନକ ବ୍ୟୁରୋ: ଭଉଣୀକୁ ଘରେ ଛାଡ଼ି ମୋବାଇଲ ମରାମତି କରିବାକୁ ଦୁଇ ଭାଇ ଉଦିତନଗର ଯାଇଥିଲେ l ଗତକାଲି ରାତି ପ୍ରାୟ ସାଢେ ୯ଟାରେ ଟ୍ରେନ ଲାଇନ ପାରି ହୋଇ ଘରକୁ ଫେରୁଥିବା ବେଳେ ବୀରମିତ୍ରପୁର ପାସେଞ୍ଜର ଟ୍ରେନ ଧକ୍କା ଦେଇଥିଲା  l ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା l ମୃତ ଦୁଇଭାଇ ହେଲେ ବାସନ୍ତୀ କଲୋନି ହରିପୁର ବସ୍ତିର ରଞ୍ଜନ ପାତ୍ର (୧୮) ଓ ସାନ ଭାଇ ଜଗନ ପାତ୍ର (୧୫)l ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଛି  l ଦୁଇ ଭାଇଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  l 

ସୂଚନା ମୁତାବକ, ରଞ୍ଜନ ଉଦିତନଗର ଏକ ହୋଟେଲରେ ତାଙ୍କ ମାଙ୍କ ସହ କାମ କରନ୍ତି  l ଭଉଣୀ ମଧ୍ୟ ସେଇ ମାର୍କେଟରେ ଏକ ମୋବାଇଲ ଦୋକାନରେ କାମ କରନ୍ତି  l ତାଙ୍କ ସାନ ଭାଇ ଜଗନ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି  l ଗତକାଲି ରାତି ପ୍ରାୟ ସାଢେ ୮ଟା ରେ ଦୁଇଭାଇ ଭଉଣୀକୁ ମୋବାଇଲ ଦୋକାନରୁ ଆଣିବାକୁ ଘରୁ ଯାଇଥିଲେ  l ଭଉଣୀକୁ ଘରେ ଛାଡ଼ି ପୁଣି ଉଦିତନଗର ମୋବାଇଲ ଦୋକାନକୁ ମୋବାଇଲ ମରାମତି କରିବାକୁ ଯାଇଥିଲେ  l ରାତି ପ୍ରାୟ ସାଢେ ୯ଟାରେ ମୋବାଇଲ ମରାମତି କରି ଦୁଇ ଘରକୁ ଫେରୁଥିଲେ  l ଟ୍ରେନ ଲାଇନ ପାରି ହେଉଥିବା ବେଳେ ବାରସୁଆଁରୁ ବୀରମିତ୍ରପୁର ଫେରୁଥିବା ପାସେଞ୍ଜର ଟ୍ରେନ ଦୁଇ ଭାଇଙ୍କୁ ଧକ୍କା ଦେଇଥିଲା  l ଘଟଣାସ୍ଥଳରେ ଦୁଇ ଭାଇଙ୍କର ଜୀବନ ଯାଇଥିଲା  l ସ୍ଥାନୀୟ ଲୋକ ଦେଖି ରାଉରକେଲା ରେଳବାଇ ପୁଲିସ ଓ ତାଙ୍କ ପରିବାକୁ ସୂଚନା ଦେଇଥିଲେ  l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe