କନକ ବ୍ୟୁରୋ: ୭୮ ଜଣ ବାଂଲାଦେଶୀଙ୍କୁ ଆଣି ପାରାଦୀପ ବନ୍ଦରରେ ପହଞ୍ଚିଲା ଇଣ୍ଡିଆନ କୋଷ୍ଟ ଗାର୍ଡ । ସେମାନଙ୍କର ୨ଟି ଡିପ୍ ସି ଫିସିଙ୍ଗ ଭେସେଲକୁ ମଧ୍ୟ କୋଷ୍ଟ ଗାର୍ଡ ଆଣିଛି ପାରାଦୀପକୁ । ସେମାନଙ୍କ ନିକଟରୁ ୧୬୦ ଟନ୍ ମାଛ ଜବତ ହୋଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ କୋଷ୍ଟ ଗାର୍ଡ, ସିଆଇଏସଏଫ, ମେରାଇନ ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ପ୍ରକୃତରେ ସେମାନେ ମତ୍ସ୍ୟଜୀବୀ ନା ଅନୁପ୍ରବେଶକାରୀ ତଦନ୍ତ ଚଳାଇଛନ୍ତି କୋଷ୍ଟ ଗାର୍ଡ, ସିଆଇଏସଏଫ, ମେରାଇନ ପୁଲିସ ।
ପାରାଦୀପ ପୋର୍ଟରେ ଦୁଇଟି ବାଂଲାଦେଶୀ ବୋଟ୍ । ୭୮ ଜଣ ବାଂଲାଦେଶୀ ବୋଟରେ ଥିବା ଜାଣି ତଦନ୍ତ କରୁଛି କୋଷ୍ଟଗାର୍ଡ ।
/kanak/media/media_files/2024/12/10/PlAfgSkpigCVHJjybgTy.png)