ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ ମାମଲାରେ ୨ ଡକାୟତ ଗିରଫ

Advertisment

ଝାଡ଼ଖଣ୍ଡ ଧାନବାଦରୁ ୨ ଡକାୟତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ

ଝାଡ଼ଖଣ୍ଡ ଧାନବାଦରୁ ୨ ଡକାୟତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ

Arrest

Arrest Photograph: (kanak news)

କନକ ବ୍ୟୁରୋ : ଯୋଡ଼ାରୁ ବ୍ୟାଙ୍କ ଲୁଟ, ଧାନବାଦରୁ ଗିରଫ । ଯୋଡ଼ା ବଡ଼ବିଲ ବ୍ୟାଙ୍କ ଲୁଟ୍ ମାମଲାରେ ୨ ଡକାୟତ ଗିରଫ ହୋଇଛନ୍ତି ।  ଝାଡ଼ଖଣ୍ଡ ଧାନବାଦରୁ ୨ ଡକାୟତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଧାନବାଦର ରାଜା କୁମାର ସିଂହ ଓ କୁନାଲ୍ ରାଜ ବର୍ମା ।

ଅଧିକ ପଢନ୍ତୁ : ଯେ ପାଞ୍ଚେ ପରମନ୍ଦ ... ଭାଇରାଲ୍ ପାଇଁ ଭଲ ଲୋକକୁ ଫସାଇଥିଲେ,ଥାନାକୁ ଭିଡ଼ିନେଲା ପୁଲିସ

ଅଭିଯୁକ୍ତଙ୍କ ଠାରୁ ୨୮୮ ଗ୍ରାମ୍‌ ସୁନା, ୨ଟି ସ୍କର୍ପିଓ, ୪ଟି ମୋବାଇଲ୍ ଜବତ ହୋଇଛି । ଧାନବାଦ ପୁଲିସ ଓ କେନ୍ଦୁଝର ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ଵରେ ଚଢ଼ାଉ ବେଳେ ଅଭିଯୁକ୍ତମାନେ ଧରାପଡିଛନ୍ତି । ଏବେ ବି ମାମଲାର ତଦନ୍ତ ଜାରି ରହିଛି । ଗତ ୧୯ ତାରିଖରେ ବଡ଼ବିଲରେ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଲକରରୁ ୬ କେଜି ଓଜନ ୫ କୋଟି ଟଙ୍କା ମୂଲ୍ୟର ସୁନାଗହଣା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ୩ଟି ବାଇକରେ ଆସି ୬ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟପାଟ୍ କରି ଫେରାର ମାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe